ସଫେଇ କର୍ମଚାରୀଙ୍କ ଆନେ୍ଦାଳନ
ଟାଙ୍ଗୀ ଚୌଦ୍ୱାର : ଚୌଦ୍ୱାର ପୌରପାଳିକାରେ ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଟି ସଫେଇ ଠିକାଦାର କାମ ଆରମ୍ଭ କରିବାକକୁ ଯାଉଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ଅଂଚଳର ଅଳିଆ ଆବର୍ଜମା ଉଠାଉଥିବା ମହିଳା ସଂଗଠନ ଗତ ୩ ବର୍ଷରୁ ଅଧିକ ଦାଇତ୍ୱରେ ଥିବାବେଳେ, ପୌରପାଳିକା ସେମାନଙ୍କ ଠାରୁ ଦାୟିତ୍ୱ କାଢିଆଣି ଦୁଇ ଠିକାଦାରଙ୍କୁ ଦେଇଛି । ଫଳରେ ଠିକାଦାର ୩୦ ଜଣ ମହିଳାଙ୍କୁ ବାଦ ଦେଇ ନୂଆ କର୍ମଚାରୀ ରଖିବା ସପକ୍ଷରେ । ଘଟଣା ସ୍ଥଳରେ ଯୁବ ବିଧାୟକ ଶୋଭିକ ବିଶ୍ୱାଳ ପହଂଚି ସେମାନଙ୍କର ଅଭିଯୋଗ ଶୁଣି ଠିକାଦାରଙ୍କୁ ତାଗିଦ କରଥିଲେ । ସମସ୍ତ ମହିଳାମାନଙ୍କୁ ଚାକିରିରେ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଆନେ୍ଦାଳନରୁ ସେମାନେ ହଟିଥିଲେ । ଏହାପରେ ସଚେତନତା ରାଲି ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ପୌରାଧକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧକ୍ଷ ସୂବେନ୍ଦୁ ସାମଲ, ସୁବ୍ରତ ସାମଲ, ଓ ଅନ୍ୟ ପାରିଷଦ ମାନେ ଉପସ୍ଥିତ ଥିଲେ ।