ଅଗ୍ନିବିପନ୍ନ ପରିବାରକୁ ଭେଟିଲେ କଂଗ୍ରେସ ନେତା
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସୁଜୁନପୁର ଗ୍ରାମର ସୁଦର୍ଶନ ମଲ୍ଲିକ, ସୁମନ୍ତ ମଲ୍ଲିକଙ୍କ ଘର ଅଗ୍ନିକାଣ୍ଡ ଯୋଗୁଁ ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବ ନେତା ପ୍ରଶାନ୍ତ ରାଉତ ବିପନ୍ନ ପରିବାର ନିକଟରେ ପହଞ୍ଚô ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କଂଗ୍ରେସ ନେତା ରାଉତ ବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଧନେଶ୍ୱର ଦାସ, ନେତା ଅଭୟ ସେଠୀ, ଯୁବନେତା ସୌମ୍ୟରଞ୍ଜନ ମହାପାତ୍ର, ରାମେଶ୍ୱର ଶତପଥୀ, ସୁଶୀଲ ପ୍ରଧାନ, ନରେଶ ଦାସ, ପ୍ରକାଶ ମହାନ୍ତି, ତ୍ରିଲୋଚନ ମଲ୍ଲିକ, ସୁରେନ୍ଦ୍ର ଖଟୁଆ, ଗୋଲେଖ ବିଶ୍ୱାଳ ପ୍ରମୁଖ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସରକାରୀ ସହାୟତା ପାଇଁ ସରକାରଙ୍କ ଠାରେ ଦାବି କରିଥିଲେ ।