ମଦ ଜବତ, ୫ ଗିରଫ

 ପଟ୍ଟାମୁଣ୍ଡାଇ: ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସଦର ଓ ରାଜନଗର ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପ୍ୱାହାକାଣ୍ଡିଆ ଗ୍ରାମର ବିଭୁତି ଭୂଷଣ ନାୟକ (୪୫)ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ, ରାଜନଗର ଗ୍ରାମର ମଙ୍ଗୁଳି ଚରଣ ସ୍ୱାଇଁ (୩୧)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଓ ସିଦାର୍ଥ ମଲ୍ଲିକ (୨୫) ଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ,  ପୋଖରୀ ଗ୍ରାମର ଅର୍ଜୁନ ମଳିକ (୨୭)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଏବଂ ମଦନପୁର ଗ୍ରାମର ଦେବକିଶୋର ନାୟକ (୫୮)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ ଜବତ କରାଯାଇ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ୨ଟି ମୋଟର ସାଇକଲ ସହ ସମୁଦାୟ ୧୧୧ ଲିଟର ବିଦେଶୀ ମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଆଗାମୀ ଦିନରେ ଏହି ଚଢ଼ଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ କହିଛନ୍ତି । ଚଢ଼ଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ  ଛାୟାକାନ୍ତ ନାୟକ, ଧର୍ମପଦ ଦାସ  ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।