ସୁନା ହାର ଲୁଟ୍, ଜଣେ ଗିରଫ
ନବରଙ୍ଗପୁର: ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍ ମାମଲାରେ ନବରଙ୍ଗପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଦିଲ୍ଲୀପ ଦାସ (୨୭) । ତାଙ୍କ ପାଖରୁ ସମ୍ପୃକ୍ତ ମହିଳାଙ୍କ ୭.୫୫ ଗ୍ରାମର ସୁନାହାର ଉଦ୍ଧାର କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଗତ ଫେବୃଆରୀ ୨ରେ ଡଙ୍ଗରଭେଜା ଗାଁର ସରୋଜନୀ ପାତ୍ର ମୁଖ୍ୟରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ବେକରୁ ସୁନାହାରକୁ ଲୁଟ୍ କରି ଫେରାର ହୋଇଯାଇଥିଲା । ଏ ନେଇ ସରୋଜନୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିଭି କରି ପୁଲିସ ଚୋରକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିଲା । ଏବଂ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସମ୍ବିତ କୁମାର ବେହେରା କହିଛନ୍ତି ।