୧୪ମାସ ପରେ ଲୁଟେରା ଗିରଫ
ବାଣପୁର: ବାଣପୁର ବଜାରର ଜଣେ ସ୍ୁନା କାରିଗରଙ୍କ ଠାରୁ ଲୁଟ କରି ୧୪ମାସ ହେଲା ଫେରାର ଥିବା ଲୁଟେରାକୁ ଧରିଛି ପୁଲିସ । ଗତ ବର୍ଷ ଫେବୃଆରୀ ୨୮ତାରିଖ ରାତିରେ ବାଣପୁର ବଜାରରେ ଦୋକାନ କରିଥିବା କାରିଗର ଦିଲୀପ ପାଳ ନିଜ ଦୋକାନ ବନ୍ଦକରି ଏକ ବ୍ୟାଗରେ ୧୫୦ଗ୍ରାମ ଅଳଙ୍କାର ଓ ନଗଦ ୬୦ହଜାର ଟଙ୍କା ଧରି ନିଜ ଘରକୁ ଯିବାବେଳେ ଘର ଦୁଆର ପାଖରେ ଦୁଇ ଜଣ ମୁଖା ପିନ୍ଧା ଲୁଟେରା ଦିଲୀପଙ୍କୁ ଖଣ୍ଡା ଓ ଭୁଜାଲି ଦେଖାଇ ବ୍ୟାଗ୍ଟିକୁ ଲୁଟ୍ କରି ପଳାଇଥିଲେ । ଏ ନେଇ ଦିଲୀପ ଥାନାରେ ଅଭିଯୋଗ କରିବାରେ ପୁଲିସ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ, ଗତ ଜାନୁୟାରୀ ମାସରେ ଲୁଟେରାଙ୍କୁ ଚିହ୍ନଟ କରି ସ୍ଥାନୀୟ ମୁସଲିମ ସାହିର ଶେଖ ଅଜିଦ ଓ ଜଗନ୍ନାଥ ପୁରର ଅମିତ ପାଣ୍ଡକୁ ଗିରଫ କରିବା ସହ ସେମାନଙ୍କ ଠାରୁ ସୁନା ଜବତ କରିଥିଲା । ମାତ୍ର ମୁଖ୍ୟ ଅଭିଯୁକ୍ତ ଫିର୍ଦୋଷ ଖାଁ ଫେରାର ଥିଲା । ଫିର୍ଦୋଷ ଦିଲୀପଙ୍କ ଦୋକାନରେ ଦିଲୀପଙ୍କୁ ମାଉଜର ଦେଖାଇ ଭୟଭୀତ କରାଇବା ସହ ମୋକଦମା ଉଠାଇ ନେବା ପାଇଁ ଧମକ ଦେଇଥିଲା । ଦିଲୀପ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।