ଓଏଲ୍ଆଇସି ପ୍ରକଳ୍ପରେ ଲାଗିବ ଆଇଓଟି ଡିଭାଇସ୍

 ଭୁବନେଶ୍ୱର : ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳ ସେଚନ ପ୍ରକଳ୍ପ (ଓଏଲ୍ଆଇସି) ଗୁଡିକର ଆଇଓଟି ଭିତ୍ତିକ ତଦାରଖ ବ୍ୟବସ୍ଥା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । 
ଜଳ ସମ୍ପଦ ବିଭାଗ ତରଫରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ଓ ଜଳ ସୁପରିଚାଳନା ପାଇଁ ସେନ୍ସର ଭିତ୍ତିକ ଆଇଓଟି ଉପକରଣ ସ୍ଥାପନ କରିବାକୁ ପଦକ୍ଷେପ ନିଆଯାଉଛି । 
ପ୍ରଥମ ପର୍ଯ୍ୟାୟରେ ୩୭ ହଜାର ଉଠା ଜଳସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯିବାକୁ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ଓଏଲ୍ଆଇସିର ପରିଚାଳନା ନିଦେ୍ର୍ଦଶକ, ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଏବଂ ଓଏଲ୍ଆଇସିର ଅନ୍ୟ ଅକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।