ସଫେଇ କାର୍ଯ୍ୟକ୍ରମ
ଚାନ୍ଦବାଲି : ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଘଣ୍ଟେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ମହିମାମଣୀ ବରିଷ୍ଠ ନାଗରିକ ମଞ୍ଚର ୨୦୦ରୁ ଅଧିକ ସରକାରଙ୍କ ପଞ୍ଜିକୃତି ବରିଷ୍ଠ ନାଗରିକ ମାନଙ୍କୁ ନେଇ ଘଣ୍ଟେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପବନ୍ଧୁ ଦାସ, ଚନ୍ଦ୍ରମଣି ଦାସ, ଶଶିକାନ୍ତ ତରାଇ, ମୋହନ ସୁନ୍ଦର ବେହେରା, ହରିହର ମାଝୀ, ଘଣ୍ଟେଶ୍ୱର ଜୁନିଅର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ଗୋପାଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।