ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧନା

 ତାଳଚେର:  ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ତାଳଚେର ମାରୱାଡି ସମାଜର ସଦସ୍ୟ ଶ୍ୟାମସୁନ୍ଦର ଅଗ୍ରୱାଲଙ୍କୁ ଉପଜିଲ୍ଲାପାଳ ସମୀର କୁମାର ଜେନା ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।  ତାଳଚେର ମାରୱାଡି ସମାଜର ବରିଷ୍ଠ ସମାଜସେବୀ ସ୍ୱର୍ଗୀୟ ଘିସା ଲାଲ ଅଗ୍ରୱାଲଙ୍କ ବଡପୁତ୍ର ତଥା ରାଜ୍ୟ ରିପୋର୍ଟର ସଂଘର ସେଣ୍ଟ୍ରାଲ ଜୋନ୍ ସଭାପତି ବଜରଙ୍ଗ ଅଗ୍ରୱାଲଙ୍କ ବଡ ଭାଇ ଶ୍ୟାମ ସୁନ୍ଦର ଅଗ୍ରୱାଲ ତାଙ୍କର ଦେହାନ୍ତ ପରେ ଅଙ୍ଗଦାନ ଓ ତାଙ୍କର ସମ୍ପୂର୍ଣ୍ଣ ଦେହକୁ ଚିକତ୍ସା ଅନୁସନ୍ଧାନ ପାଇଁ କଟକ ଏସସିବି ମେଡିକାଲ କଲେଜ ଇନାଟୋମୀ ବିଭାଗକୁ ଦେବେ ବୋଲି ସଂକଳ୍ପ ପତ୍ର ଦେଇଛନ୍ତି । ଏଥିରେ ମାରୱାଡି ମହିଳା ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ତାଙ୍କୁ ଉତ୍ସାହ ଓ ସହଯୋଗ କରିଥିଲେ । ତେବେ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ  ଗଣତନ୍ତ୍ର ଦିବସରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଉପଜିଲ୍ଲାପାଳ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସମ୍ମାନୀୟ ଅତିଥି ଭାବେ ତାଳଚେର ଏସଡିପିଓ ମାନସ ରଞ୍ଜନ ବାରିକ ଓ ଅନ୍ୟ ଅତିଥି ଭାବେ ତାଳଚେର ତହସିଲଦାର  ଯୋଗ ଦେଇଥିଲେ । ତେବେ ଶ୍ରୀଯୁକ୍ତ ଅଗ୍ରୱାଲ ଏହି ମହତ କାର୍ଯ୍ୟପାଇଁ ସମସ୍ତ ଅତିଥିଗଣ ତାଙ୍କ ପରିବାର ବର୍ଗଙ୍କୁ ବହୁତ ପ୍ରଶଂସା କରିଥିଲେ ।