ସିଦ୍ଧ ବାରଙ୍ଗ ଡିଗ୍ରୀ କଲେଜରେ ଷ୍ଟାର୍ଟଅପ ପ୍ରତିଯୋଗିତା 

ଜଗତସିଂହପୁର : ଜଗତସିଂହପୁର ବ୍ଲକ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ ଡିଗ୍ରୀ କଲେଜରେ ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶ କ୍ରମେ ଇନୋଭେସନ ଆଣ୍ଡ ଷ୍ଟାର୍ଟଅପ ପ୍ରତିଯୋଗିତା ଅନୁଷ୍ଠିତ ହୋଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜର ଅଧ୍ୟକ୍ଷା କ୍ରିଷ୍ଣା ମଞ୍ଜରୀ ଦେଇ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ନିଜର ଇଛା ଶକ୍ତି ଏବଂ ମନୋବଳ ଦ୍ୱାରା ହିଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିବ ବୋଲି ଉପଦେଶ ଦେଇଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅମୀୟ ରଞ୍ଜନ ଦାସ, ଇଁରାଜୀ ଅଧ୍ୟାପକ ଦେବଦତ୍ତ ବେହେରା କାର୍ଯ୍ୟକ୍ରମକୁ ଆରମ୍ଭ କରି ବର୍ତ୍ତମାନ ଯୁଗରେ ସଫଳତା ପାଇବାପାଇଁ ନିଜ ନିଜ ଭିତରେ ଥିବା ସୃଜନ ଶିଳତାକୁ ପରିପ୍ରକାଶ କରିବାକୁ କହିଥିଲେ । ଅଧ୍ୟାପକ ଭିକାରି ଚରଣ ବେହେରା ସବୁ କାମ ପାଇଁ ମାନସିକତା ରହିଲେ ସମସ୍ତେ ସଫଳତା ଲାଭ କରିପାରିବେବୋଲି କହିଥିଲେ । ଏହି ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ଇନୋଭେସନ ଓ ଷ୍ଟାର୍ଟଅପ ଉପରେ ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଷୟ ଯଥା ମହୁ ଚାଷ, ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ପ୍ରାରମ୍ପରିକ ଚାଷ ପଦ୍ଧତି ଓ ଏହାର ଉପକାରିତା, ଗୋଲାପ ଫୁଲ ଗଛରୁ ଚାରା ପ୍ରସ୍ତୁତ କରିବା, ଅନ ଲାଇନି ବିଜନେସ, ଡିଜିଟାଲ ଡେଭଲପମେଣ୍ଟ ଉପରେ ଉଚ୍ଚକୋଟିର ବକ୍ତବ୍ୟ ରଖିଥିଲେ । ଉପରୋକ୍ତ ପ୍ରତିଯୋଗିତାରେ ଅଦେ୍ର୍ଧନ୍ଦୁ ଷଢଙ୍ଗୀ, ଚନ୍ଦନ ଦାଶ, ଶିବାଶିଷ ନନ୍ଦ, ସୌମ୍ୟଶ୍ରୀ ରାଉତରାୟ, ସ୍ମିତାଞ୍ଜଳୀ ବେହେରା ପ୍ରମୁଖ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ସାର୍ଟିଫିକେଟ ଗ୍ରହଣ କରିଥିଲେ । ଶେଷରେ ଅଭୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।