ବଦଳି ଆଦେଶ ରଦ୍ଦ କଲେ ହାଇକୋର୍ଟ : ପୂର୍ବଭଳି ଶିକ୍ଷାଦାନ କଲେ ସହକାରୀ ଶିକ୍ଷକ

 ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ବରପଦା ସ୍ଥିତ ଶାନ୍ତିଲତା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ମହଲାଙ୍କ ବଦଳୀକୁ ହାଇକୋର୍ଟ ପରବର୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ବଦଳୀ ଆଦେଶକୁ ରଦ୍ଧ କରିଛନ୍ତି । ଆଦେଶ ପହଞ୍ଚôବା ପରେ ଶିକ୍ଷକ ପୁର୍ବଭଳି ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିଛନ୍ତି । ବଦଳୀ ନିୟମକୁ ଉଲ୍ଲଂଘନ କରି ବିଧାୟକ ଓ ଏମ୍ପିଙ୍କ ଅନୁମୋଦନରେ ଜିଲ୍ଲା ବଦଳୀ କମିଟି ସହାକରୀ ଶିକ୍ଷକ ମହଲାଙ୍କୁ ଜୁନ୍ ୩୦ତାରିଖରେ ବାଲିଆପାଳକୁ ବଦଳି କରିଥିଲେ । ଏହା ପ୍ରତିବାଦରେ ଶିକ୍ଷକ ମହଲା ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥି ଏହି ମାମଲାର ବିଚାର କରି ପରବର୍ତ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ୩୦ତାରିଖର ବଦଳୀ ଆଦେଶକୁ ରଦ୍ଦ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।