ସବୁଜବାହିନୀ ପକ୍ଷରୁ ବନମହୋତ୍ସବ

ଭୁବନେଶ୍ୱର  : ଓଡ଼ିଶା ସବୁଜ ବାହିନୀ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି । ସଂଗଠନର ମୁଖ୍ୟ ତଥା ଇଂରାଜୀ ପ୍ରାଧ୍ୟାପକ ସହଦେବ ମଲ୍ଲିକଙ୍କ ନେତୃତ୍ୱରେ କାକରୁଦ୍ରପୁର ଗ୍ରାମ ପଞ୍ଚାୟତର ଜେନାସାହିସ୍ଥିତ ମହିମା ମଠ ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଉକ୍ତ ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଗ୍ରାମ ସରପଞ୍ଚ ସସ୍ମିତା ମଲ୍ଲିକ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ସେନାଧିକାରୀ ଲକ୍ଷ୍ମଣ ପ୍ରସାଦ ମହାନ୍ତି ବୃକ୍ଷରୋପଣ ଆରମ୍ଭ କରିଥିଲେ । ବରିଷ୍ଠ ନାଗରିକ ଅଜୟ ବରାଳ, ବିମଳ ଚନ୍ଦ୍ର ଜେନା ଦୀପ, ଧୂପ, ଗଛମାନଙ୍କୁ ବନ୍ଦାପନା କରିଥିଲେ । ଅନ୍ୟମାନଙ୍କ ଭିତରେ ନଗେନ ଭୋଇ, ରଞ୍ଜିତ କୁମାର ମହାନ୍ତି ଓ ସ୍ଥାନୀୟ ଯୁବକମାନେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ  ।