ଅହଲ୍ୟା ବାଇଙ୍କ ଜୟନ୍ତୀ ପାଳିତ

 କେନ୍ଦୁଝର : କେନ୍ଦୁଝର ଜିଲା ବିଜେପି ପକ୍ଷରୁ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଣୀ ଅହଲ୍ୟା ବାଇ ହୋଲକରଙ୍କ ୩ ଶହ ତମ ଜନ୍ମଜୟନ୍ତୀ ଜିଲାସ୍ତରୀୟ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି  । ବିଜେପି ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାତୃଶକ୍ତି ସଂଗଠନର କ୍ଷେତ୍ର ସଂଯୋଜିକା ଝରଣା ଜେନା, ବିଜେପି ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ବିଜେପି ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲା ଉପସଭାପତି ଅଗନୁ ମହାନ୍ତ ଏବଂ ଅସୀମା ମିଶ୍ର, ଜିଲା ସମ୍ପାଦିକା କଳ୍ପନା ରାଉତ ଏବଂ ସମ୍ପାଦକ ଶିବକୁମାର ରାଠୋର, ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ମମିତ ନାଏକ,ଏକଲ୍ୟ ବିଦ୍ୟାଳୟ ର ପଦ୍ମିନୀ ମହାନ୍ତ ତଥା ଏହି କାର୍ଯ୍ୟକ୍ରମ ର ସହସଂଯୋଜିକା ଚପଳା ମହାକୁଡ଼ ମଞ୍ଚାସୀନ ହୋଇ ରାଣୀ ଅହଲ୍ୟା ବାଇଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।