ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର : ଅଳ୍ପକେ ବର୍ତ୍ତିଲେ ହଳେ ଗାଈ ଓ ଷଣ୍ଢ

 ବୁଗୁଡ଼ା :  ଖୋଲାମେଲାରେ ରହିଛି ବିଦୁ୍ୟତ ଟ୍ରାନ୍ସ ଫରମର, ଏଥିସହ ଲଟାବୁଦାରେ ଝୁଲନ୍ତା ତାର, ଯାହା ବିପଦକୁ ଡାକୁଛି । ଏମିତି ଦୃଶ୍ୟ ଦେଖୁବାକୁ ମିଳିଛି ବୁଗୁଡ଼ା ପରିବା ବଜାର ନିକଟସ୍ଥ ବାଲିପିଣ୍ଡି ରାସ୍ତା କଡରେ । ରାସ୍ତା କଡରେ ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ତଳେ ଥିବା ଲଟାବୁଦାରେ ବିଦୁ୍ୟତ ପ୍ରବାହ ହେଉଛି । ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ କହି ହେବନାହିଁ । ମଙ୍ଗଳବାର ସନ୍ଧ୍ୟାରେ  ସେହି ବିପଦଜ୍ଜନକ ଟ୍ରାନ୍ସଫର୍ମର ନିକଟକୁ ଦୁଇଟି ଗାଈ ଓ ଷଣ୍ଢ ପ୍ରବେଶ କରିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ବିଦୁ୍ୟତ୍ ବିଭାଗକୁ ଖବର ଦେଇଥିଲେ ଏବଂ ସଙ୍ଗେସଙ୍ଗେ ବିଦୁ୍ୟତ୍୍ କାଟି ଦେଇଥିଲେ । ଏହା ପରେ ବିଦୁ୍ୟତ୍ କର୍ମଚାରୀମାନେ ଟ୍ରାନ୍ସଫର୍ମର ନିକଟରେ ପହଞ୍ଚି  ଗାଈ ଓ ଷଣ୍ଢକୁ ଘଉଡାଇ ବାହାର କରିଥିଲେ । ଫଳରେ ନିଶ୍ଚିତ ବିଦୁ୍ୟତ ଆଘାତରୁ ଗାଈ ଓ ଷଣ୍ଢ ରକ୍ଷା ପାଇଯାଇଥିଲେ । ବିଭିନ୍ନ ସ୍ଥାନରେ ଥିବା ବିଦୁ୍ୟତ ଟ୍ରାନ୍ସଫର୍ମରକୁ ବାଡବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ଯନôବାନ ହେବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଥିଲେ ହେଁ ବୁଗୁଡ଼ା ବିଦୁ୍ୟତ ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି  । ବିଭାଗୀୟ ଉଚ୍ଚ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି  ।