ସମାଜସେବୀଙ୍କ ପରଲୋକ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଂଚାୟତ ରାମକୃଷ୍ଣପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଗଙ୍ଗାଧର ବସ୍ତିଆ(୬୭)ଙ୍କର ମସ୍ତିଷ୍କାଘାତ ଜନିତ ମୃତୁ୍ୟ ଘଟିଛି । ସେ ଜଣେ ଶାନ୍ତ ଶିଷ୍ଟ, ସରଳ, ଧର୍ମ ପରାୟଣ ଓ ସଫଳ ଚାଷୀ ସହ ପଲ୍ଲିଶ୍ରୀ ସେବା ସମବାୟ ସମିତିର ସଭାପତି ଭାବେ କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରି ସାଧାରଣରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷୟକୃତ୍ୟ ସଂପନ୍ନ କରାଯାଇଥିଲା । ସ୍ୱର୍ଗତ ବସ୍ତିଆଙ୍କ ଜ୍ୟେଷ୍ଠ ପୁତ୍ର କିଶୋର ବସ୍ତିଆ ମୁଖାଗ୍ନି ପ୍ରଦାନ କରିଥିଲେ । ସ୍ୱର୍ଗତ ବସ୍ତିଆଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।