ଶ୍ରମିକଙ୍କ ସମସ୍ୟା ,ସମାଧାନ ନେଇ ଦାବିପତ୍ର
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୮ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଦାବି ମଧ୍ୟରେ ମହିଳା ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ, ମହିଳା ଶ୍ରମିକଙ୍କ ଫେରସ୍ତ କରାଯାଇଥିବା ଦରଖାସ୍ତକୁ ଗ୍ରହଣ କରିବା, ୨୦୨୦ ମସିହାରେ ମିଳିଥିବା ଶିକ୍ଷାବୃତି ଦରଖାସ୍ତକୁ ବିଚାର କରାଯାଇ ବୃତିରାଶି ପ୍ରଦାନ, ଅଫ୍ଲାଇନ୍ରେ କରାଯାଉଥିବା ଝିଅ ବାହାଘର ଦରଖତ୍ର ତୁରନ୍ତ ବିଚାର ସହ ଅନୁଦାନ ରାଶି ପ୍ରଦାନ କରିବା, ତଦନ୍ତ ହୋଇଥିବା ମୃତୁ୍ୟକାଳୀନ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଆଦି ଦାବି ରଖିଛନ୍ତି । ୭ଦିନ ମଧ୍ୟରେ ଏହି ଦାବି ଗୁଡିକ ପୁରଣ ନ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ମନୋଜ ପରିଡା, ନିତ୍ୟାନନ୍ଦ ସାମଲ, ପ୍ରଦିପ୍ତ ସାମଲ, ବିଶ୍ୱମ୍ବର ଗିରି, ଜଗଦିଶ କାତଳ, ଅଧିର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।