ଗ୍ରାମବାସୀଙ୍କ ଦାବି ପରେ ବଦଳିଲେ ଭିଏଡବ୍ଲୁ୍ୟ
ସାରସକଣା : ଗ୍ରାମବାସୀଙ୍କ ବିରୋଧ ପରେ ବଦଳିଲେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ସାରସକଣା ଗ୍ରାମ ପଞ୍ଚାୟତର ଭିଏଡବ୍ଲୁ୍ୟ । ଭିଏଡବ୍ଲୁ୍ୟ ଦେବାଶିଷ ବେଜ ଦୀର୍ଦ୍ଧ ୧୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ବ୍ଲକରେ ଚାକିରୀ କରୁଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଜିଲ୍ଲା ଅଧିକାରୀଙ୍କ ଦୁଷ୍ଟି ଆକର୍ଷଣ କରିଛନ୍ତି । ଏଥିସହ ଭିଏଡବ୍ଲୁ୍ୟଙ୍କ ବଦଳି କରିବାକୁ ଶତାଧିକ ଦସ୍ତଖତ ସମ୍ବୋଳିତ ଏକ ଅଭିଯୋଗପତ୍ର ଦାଖଲ କରିଛନ୍ତି । ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଥିବା ବେଳେ, ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ କୃଷିର ମାନ ବୃଦ୍ଧି କରିବାକୁ ମଧ୍ୟ ପ୍ରୟାସ କରୁଛନ୍ତି । ଏଭଳି କ୍ଷେତ୍ରରେ ସରକାରୀ ଯୋଜନା ଗୁଡିକୁ ଗ୍ରାମାଞ୍ଚଳର କୃଷକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ମାଧ୍ୟମ କରୁଥିଲେ ହେଁ, କିଛି ଅଧିକାରୀମାନଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ । ଏଭଳି ଏକ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଞ୍ଚଳରେ ଆସନ୍ତୋଷ ଦେଖିବାକୁ ମିଳିଛି । ଭିଏଡବ୍ଲୁ୍ୟଙ୍କ ମନୋମୁଖୀ ଧାରାକୁ ବିରୋଧ କରି ତାଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏଥିସହିତ ଶତାଧିକ ପଞ୍ଚାୟତବାସୀ ସାରସକଣା କୃଷି ଅଧିକାରୀ ଯତୀନ୍ଦ୍ର ନାଥ ମହାନ୍ତଙ୍କ ନିକଟରେ ପହଞ୍ଚି ମଧ୍ୟ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଅଭିଯୋଗ କରିଥିଲେ । ତେବେ ଭିଏଡବ୍ଲୁ୍ୟ ଦେବାଶିଷ ବେଜଙ୍କ ସାରସକଣା ବ୍ଲକରୁ ବଦଳି କରାଯାଇଥିବା ନେଇ ପଞ୍ଚାୟତ ଲୋକେ ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।