ସମୁହ ରୋଟାରୀ କ୍ଲବର ନିରବ ଶୋଭାଯାତ୍ରା

 ଭୁବନେଶ୍ୱର  : କାଶ୍ମୀର ଆତଙ୍କବାଦୀଙ୍କ ଦ୍ୱାରା ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପାଇଁ କଟକର ସମସ୍ତ ରୋଟାରୀ କ୍ଲବ ଓ ରୋଟ୍ରାକ୍ଟ କ୍ଲବ ମାନଙ୍କର ମିଳିତ ଉଦ୍ୟମରେ ଏକ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଏହି ଶୋଭାଯାତ୍ରାରେ ସଦସ୍ୟମାନେ ମହମବତୀ ଜାଳି ଏହାର ପ୍ରତିବାଦ କରିବା ସହ ଏଥିରେ ମୃତୁ୍ୟ ବରଣ କରିଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ  । ଏହି ଶୋଭାଯାତ୍ରା କଟକ ଚଣ୍ଡୀଛକ ଠାରୁ ୟୁନିୟନ କ୍ଲବ ପର୍ଯ୍ୟନ୍ତ ଯାଇଥିଲା  । ଆତଙ୍କବାଦୀଙ୍କ ଶିକାର ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହାସ ଦେବାପାଇଁ ପ୍ରାର୍ଥନା କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର, ଜିଲ୍ଲା ସେକ୍ରେଟାରୀ ସୁବାଶିଷ ସୁର, କ୍ଲବମାନଙ୍କର ସଭାପତି ଅକ୍ଷୟ ନାୟକ, ଆଶୁତୋଷ ଦେବତା, ନଳିନୀ ମହାପାତ୍ର, ବିପିନ ବିହାରୀ ପଣ୍ଡା, ଇନ୍ଦିରା ପ୍ରସାଦ, ଭାଗ୍ୟଶ୍ରୀ କ୍ଲବ ସେକ୍ରେଟାରୀ,  ସତ୍ୟ ଗୋପାଳ ପରିଜା, ସୁବାସ ଚନ୍ଦ୍ର ପ୍ରଧାନ, ବ୍ୟୋମକେଶ ପୃଷ୍ଟି, ମହେନ୍ଦ୍ର ଦାସ, ବିରଜା ପ୍ରସାଦ ସ୍ୱାଇଁ, ଅକ୍ଷୟ ଦେଓ, ସତ୍ୟନାରାୟଣ ମିଶ୍ର, ପାର୍ଥ ଚାଟାର୍ଜୀ, ବାଣୀ ନିର୍ମର୍ାଲ୍ୟ ଦାସ, ବିଶ୍ୱଜିତ ସେନାପତି, ରୋବାକ୍ଟର ସୌମ୍ୟରଞ୍ଜନ, ଚିରଞ୍ଜିବ ପ୍ରମୁଖ ଅଂଶଗ୍ରହଣ କରିଥିଲେ  ।