ହାତୀ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର
ଦେବଗଡ଼ : ଘର ଭିତରେ ଶୋଇଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲା ଦନ୍ତାହାତୀ । ହାତୀ ଆକ୍ରମଣରେ ସ୍ତ୍ରୀ ମୃତୁ୍ୟ ବରଣ କରିଥିବାବେଳେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ତିଲେଇପଶି ଗାଁ ଭିତରେ ପଶି ଦନ୍ତାହାତୀ ଉପଦ୍ରବ କରିଥିଲା । ରିତୁ ମାହାରଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ହାତୀ । ପରିବାର ଲୋକ ଦୌଡ଼ି ପଳାଇବା ବେଳେ ତାଙ୍କୁ ଆକ୍ରମଣ କରିଥିଲା । ଘର ଭିତରୁ ଟାଣି ଆଣି ତଳେ କଚାଡି ଦେବାରୁ ପୂଜା ମାହାରଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଏଥିସହ ତାଙ୍କ ସ୍ୱାମୀ ରିତୁ ଏବଂ ତାଙ୍କ ଦୁଇ ପୁଅ ଦେବାଶିଷ ଓ ପ୍ରତୁ୍ୟଷ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଥିବା ୩ ବାପପୁଅଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିସôା ଜାରି ରହିଛି । ରିଆମାଳ ରେଞ୍ଜର ଓ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ କରିଛନ୍ତି । ପରେ ମୃତ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କୁଣ୍ଡେଇଗୋଳା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।