ଜିଏମୟୁର ପରାମର୍ଶ ଶିବିର 

 ସମ୍ବଲପୁର : ସ୍ଥାନୀୟ ବୁଢ଼ାରଜା ସରକାରୀ ହାଇସ୍କୁଲ ଠାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଜିଏମୟୁ) ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମିତା ପତ୍ରୀଙ୍କ ଉପସ୍ଥିତିରେ ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ଡ. ସଞ୍ଜୁକ୍ତା ପାଢୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ପରୀକ୍ଷା ଭୟ, ମାନସିକ ଚାପ, ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ଦୁଷ୍ପରିଣାମ ତଥା କୁସଙ୍ଗଗତିର ଦୁସ୍ପ୍ରଭାବ ଉପରେ ସମ୍ୟକ୍ ଆଲୋଚନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯଥା ଡ.ରୂପଶ୍ରୀ ଗୋସ୍ୱାମୀ, ଡ. ରୂପଶ୍ରୀ ବ୍ରହ୍ମକୁମାରୀ, ପୁଷ୍ପା ହେମ୍ବ୍ରମ୍, ଡ. ମନୋରଞ୍ଜନ ତ୍ରିପାଠୀ, ଡ. ସ୍ନେହପ୍ରଭା ସାହୁ ଶଶୀଭୂଷଣ ଦୋରା, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।