ସମ୍ବଲପୁରରେ ବଢ଼ିବ କୃଷି କ୍ଷେତ୍ର: ଧର୍ମେନ୍ଦ୍ର
ସନାତନପାଲି/ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମସô୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ । ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ଶ୍ରୀ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭାରତ ସରକାରଙ୍କ ସିଏସ୍ଆଇଆର୍-ଏନ୍ବିଆର୍ଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସ୍ଆଇଆର୍-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲ୍ଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କରିଥିଲେ । ପରେ ଆୟୋଜିତ ପୁଷ୍ପ କୃଷି ମେଳାରେ ଯୋଗଦେବା ସହ ଗ୍ରାମର ବିଭିନ୍ନ ଚାଷୀଙ୍କୁ ଚାରା ବଣ୍ଟନ କରିଥିଲେ ଏବଂ ଫୁଲ ବ୍ୟବସାୟ ଉପରେ ସ୍ଥାନୀୟ ଯୁବ ଚାଷୀ ପ୍ରମୋଦଙ୍କ ସହ କଥା ହୋଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଏକ ଚଷାଚାଷୀ ଅଞ୍ଚଳ । କୃଷି ହେଉଛି ଏ ଅଞ୍ଚଳର ଅର୍ଥନୀତି । କୃଷି ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ସନାତନପାଲିର ଚାଷୀ ଭାଇମାନେ ଫୁଲ ଚାଷ କରି ଲାଭବାନ ହେବା ସହ ଅନ୍ୟମାନଙ୍କୁ ଫୁଲ ଚାଷ କରିବା ପାଇଁ ପ୍ରୋସôାହିତ କରିବା ପ୍ରଶଂସନୀୟ । ସମ୍ବଲପୁର ଜିଲ୍ଲାରେ ଏଭଳି ଉଦ୍ୟମ ଫୁଲ ଚାଷ କ୍ଷେତ୍ରରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋସôାହିତ କରିବ । ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହ ଫୁଲଚାଷକୁ ପ୍ରୋସôାହନ ପ୍ରଦାନ କରିବ । ଆଗାମୀ ଦିନରେ ଏହି ପଦକ୍ଷେପ ସମ୍ବଲପୁରର ବଜାର ଭିତ୍ତିଭୂମିକୁ ନୂଆ ରୂପ ଦେବ । ସ୍ଥାନୀୟ ଅଞ୍ଚଳର ପରିଚୟ ବଢିବା ସହ ଆମ ଚାଷୀଭାଇମାନେ ବିଶେଷ ଭାବରେ ଲାଭବାନ ହେବେ । ଚାଷୀମାନଙ୍କ ଆୟ ଦୁଇ ଗୁଣା ବୃଦ୍ଧି ହେବା ସହ ସେମାନେ ଆତ୍ମନିର୍ଭର ହେବେ ।