ରାଜଭବନରେ ଓଡ଼ିଆ ନବ ବର୍ଷ
ଭୁବନେଶ୍ୱର : ରାଜଭବନରେ ଓଡିଆ ନବ ବର୍ଷ ଏବଂ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ତଥା ବିଭିନ୍ନ ପ୍ରଦେଶର ନବବର୍ଷ ଏକ ମନୋଜ୍ଞ ପରିବେଶରେ ପାଳିତ ହୋଇଯାଇଛି । ଏହିି ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୪ ତାରିଖ ଅପରାହ୍ନରେ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଆୟୋଜିତ ଉସôବରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଥିଲେ ଯେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ "ଏକ ଭାରତ-ଶ୍ରେଷ୍ଠ ଭାରତର ପ୍ରକୃତ ଭାବନାକୁ ପ୍ରତିଫଳିତ କରୁଛି । ଏତଦ୍ବ୍ୟତୀତ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଆ ନବବର୍ଷରେ ସମସ୍ତେ ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଓଡିଆ ନବ ବର୍ଷ ଅବସରରେ ଓଡିଶାବାସୀଙ୍କୁ ତଥା ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଉପଲକ୍ଷେ ଉକ୍ତ ରାଜ୍ୟର ଅଧିବାସୀମାନଙ୍କୁ ଏବଂ ନବବର୍ଷ ପାଳନ କରୁଥିବା ଆସାମ, କେରଳ, ତାମିଲନାଡୁ, ବୈଶାଖୀ ପାଳନ କରୁଥିବା ପଞ୍ଜାବରାଜ୍ୟର ଅଧିବାସୀମାନଙ୍କୁ ରାଜ୍ୟପାଳ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଥିଲେ । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏପରି ଉସôବର ମୁହୂର୍ତ୍ତ ତାଙ୍କ ପାଇଁ ସ୍ୱତନ୍ତ୍ର, କାରଣ ସେ ପ୍ରଥମ ଥର ପାଇଁ ଓଡିଶାରେ ଓଡିଆ ନବ ବର୍ଷ ପାଳନ କରୁଛନ୍ତି । ସଂଯୋଗ ବଶତଃ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ପାଳନରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବରୁ ରାଜ ଭବନରେ ଉଗାଡ଼ି ଓ ଗୁଡ଼ି ପଡୱା ଉସôବ ମୁଖରିତ ପରିବେଶରେ ପାଳିତ ହୋଇଥିଲା, ଯାହା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣର୍ାଟକ ଏବଂ ମହାରାଷ୍ଟ୍ରର ସଂସ୍କୃତି ଓ ପରମ୍ପରାକୁ ଏକତ୍ରିତ କରିଥିଲା । ପୂର୍ବ ମାସଗୁଡ଼ିକରେ ମଧ୍ୟ ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା ଏବଂ ଏହା ପ୍ରତ୍ୟେକ ରାଜ୍ୟର ସ୍ୱତନ୍ତ୍ର ପରିଚୟ, ଗୌରବମୟ ଐତିହ୍ୟ ଏବଂ ଆଧୁନିକ ଭାରତ ଗଠନରେ ଅବଦାନକୁ ପ୍ରତିଫଳିତ କରୁଥିଲା ବୋଲି ରାଜ୍ୟପାଳ କହିଥିଲେ । ଏହି ସମାରୋହରେ ବକ୍ତା ଭାବେ ଯୋଗଦେଇ ଲବ୍ଧ ପ୍ରତିଷ୍ଠିତ କଥାକାର ପ୍ରଫେସର ଦାଶ୍ ବେନହୁର ଏବଂ ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଓଡ଼ିଆ ନବ ବର୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ରିଜିଓନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଜୁକେସନର ଆସିଷ୍ଟାଣ୍ଟ ପ୍ରଫେସର ରାଜ କୁମାର ଓଡିଶା ସହିତ ହିମାଚଳ ପ୍ରଦେଶର ସଂପର୍କ, ନିଜ ରାଜ୍ୟର ବୈଶିଷ୍ଟ୍ୟ ଏବଂ ଓଡିଶାରେ ନିଜର ଅଭିଜ୍ଞତା ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଡ଼ିସିନାଲ ଡିସିପି ଅମ୍ରିତ ପାଲ କୌର ବୈଶାଖୀ ପାଳନର ବିଶେଷତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଞ୍ଜ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତଥା ବିଭିନ୍ନ ଅନୁଷ୍ଠାନ ସୌଜନ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।