ସମ୍ବିଧାନ ବଞ୍ଚାଅ ଶୋଭାଯାତ୍ରା ପ୍ରସ୍ତୁତି
ବାଲେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ ର ନିଷ୍ପତ୍ତି ଓ ରାହୁଲ ଗାନ୍ଧୀଙ୍କ ଡାକରା ତଥା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାଶଙ୍କ ନିଦେ୍ର୍ଦଶରେ ସମ୍ବିଧାନ ବଂଚାଅ ଯାତ୍ରା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି ।ଏହି ବୈଠକରେ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଦେବାଶିଷ ପଟ୍ଟନାୟକଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକର ନେତୃତ୍ୱ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ପରେ ପ୍ରଭାରୀ ଶ୍ରୀ ପଟ୍ଟନାୟକ ଆଗାମୀ ସମ୍ବିଧାନ ବଂଚାଅ ଶୋଭାଯାତ୍ରା ସଫଳ କରିବା ସହ ସଂଗଠନ ମଜଭୁତ ପାଇଁ ମନ୍ତ୍ର ଦେଇଥିଲେ । ଉପସ୍ଥିତ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକ କଂଗ୍ରେସ ନେତୃତ୍ୱ ମାନେ ମଧ୍ୟ ମତ ରଖିଥିଲେ । ବୈଠକରେ ପୁର୍ବତନ ବିଧାୟକ ସୁଦର୍ଶନ ଜେନା, ବସ୍ତା କଂଗ୍ରେସ ନେତା ବିଜନ ନାୟକ, ପିସିସି ସଭ୍ୟ ସତ୍ୟ ସୁନ୍ଦର ଦାସ, ଅର୍ଚ୍ଚନା ନନ୍ଦୀ, କଂଗ୍ରେସ ନେତା ପଦ୍ମ ଲୋଚନ ଲେଙ୍କା, ସିମୁଳିଆ ନେତା ହିମାଂଶୁ ବେହେରା ,ସୋର ନେତା ସୁବ୍ରତ ଧଡା, ମୟୂରଭଞ୍ଜ ଜିଲ୍ଲାର ଯୁବ ନେତା ଅରବିନ୍ଦ ଦାସ ମଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ସରୋଜ ଲେଙ୍କା, ଜିଲ୍ଲା ମୁଖପାତ୍ର ସୁଧାଂଶୁ ଶେଖର ଜେନା, ସତ୍ୟନାରାୟଣ ଗୁପ୍ତା, ମନୁରଞ୍ଜନ ପଣ୍ଡା, ଜୟକୃଷ୍ଣ ବେହେରା, ତରୁଣ ଦାସ, ରାଜୀବ ପରିଡା, ଶ୍ରୀକାନ୍ତ ଜେନା, ରାଜେନ୍ଦ୍ର ମହାନ୍ତି, ଉପେନ୍ଦ୍ର ବେହେରା, ସୁଦର୍ଶନ ଜେନା, ଜସୋଦା ନନ୍ଦନ ସିଂ, ମନୋଜ୍ ମହାନ୍ତି, ବାସନ୍ତୀ ସାମଲ, ଉର୍ମିଳା ମାଝୀ, ଅଞ୍ଜଳି ପ୍ରଧାନ, କୁମୁଦିନୀ ଦାସ, ଅଜଗର ଅଲି, ସବ୍ୟସାଚୀ ଦାସ, ହରିଶଙ୍କର ଜେନା, ଜଗନ୍ନାଥ ମହାପାତ୍ର, ଗଣେଶ ପଣ୍ଡାଙ୍କ ସମେତ ବହୁ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ ।