୧୯୮୯ ବ୍ୟାଚର ବନ୍ଧୁମିଳନ
ରାଜକନିକା : କନିକା ହାଇସ୍କୁଲ ଆୟତନର ୧୯୮୯ ମାଟ୍ରିକ ବ୍ୟାଚ୍ ସହପାଠୀଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ କାଳର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ରଘୁନାଥ ରାଉତ, ହଳଧର ମଲ୍ଲିକ, ପତିତପାବନ ସାହୁ, ଅକ୍ଷୟ ଦାଶ, ଭଜ କିଶୋର ସାହୁ,ରମେଶ ଚନ୍ଦ୍ର ପରିଜା, ଉଦୟ ନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ପରଲୋକ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାଚ୍ର ସମସ୍ତ ସହପାଠୀ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।