‘ସମ୍ବିଧାନ ହିଁ ଗଣତନ୍ତ୍ରର ରକ୍ଷା କବଚ’

କଟକ : ସମତା ସ୍ୱରାଜ ସଂକଳ୍ପ ଅଭିଯାନ ପକ୍ଷରୁ ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଗାନ୍ଧି ଭବନ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସମ୍ବିଧାନ ହିଁ ଗଣତନ୍ତ୍ରର ରକ୍ଷା କବଚ । ସାମ୍ବିଧାନିକ ମୂଲ୍ୟବୋଧ, ଆମ ରାଷ୍ଟ୍ରୀୟତା ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ୱରାଜ ଓ ଡ. ବାବା ସାହେବ ଆମ୍ବେଦକରଙ୍କ ସମତାର ସଂକଳ୍ପ ନେଇ ସମସ୍ତ ଭାରତବାସୀଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ ବୋଲି ଆଲୋଚନାଚକ୍ରରେ ଉପସ୍ଥିତ ବ୍ୟକ୍ତି ବିଶେଷମାନେ ମତବ୍ୟକ୍ତ କରିଥିଲେ । ସର୍ବୋଦୟ କର୍ମୀ ଅନ୍ତର୍ଯ୍ୟାମୀ ବରାଳଙ୍କ ସଭାପତିତ୍ୱରେ ‘ସାମ୍ବିଧାନିକ ମୂଲ୍ୟବୋଧ, ଭାରତୀୟ ରାଷ୍ଟ୍ରୀୟତା, ଗଣତନ୍ତ୍ର ଓ ଆମ ଦାୟିତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ଚିତ୍ତରଂଜନ ମହାନ୍ତି, ଜୟନ୍ତୀ ମଞ୍ଜରୀ ରଥ, ବିଶ୍ୱାବସୁ ଦାସ, ଜୟନ୍ତ ଦାସ, ମିହିର ପ୍ରତାପ ଦାସ, କିଶୋର ଜେନା, ଯୁଗଳ କିଶୋର ନାୟକ, ଖଗେଶ୍ୱର ସେଠୀ, ମହେଶ୍ୱର ଅଜନବୀ, ଡ. ପ୍ରଭାବତି ପଣ୍ଡା, ଶଶି ଭୂଷଣ ଦାସ, ସୁରେନ୍ଦ୍ର ନାଥ କର, ଅନିମା ରାୟ, ଅନ୍ନପୂର୍ଣ୍ଣ ସାହୁ, କାଶୀନାଥ ସ୍ୱାଇଁ ଓ ପ୍ରଦୁ୍ୟମ୍ନ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଆଲୋଚନାଚକ୍ରରେ ରାଷ୍ଟ୍ରୀୟ ଯୁବା ସଂଗଠନର ମାନସ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।