ସରକାରଙ୍କ ଦାୟିତ୍ୱହୀନତା ପାଇଁ ଜଳୁଛି ଛାତ୍ରୀଙ୍କ ଜୀବନ: ବିଜେଡି
ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣା, ବଳଙ୍ଗା ନାବାଳିକା ପୋଡି ହୋଇ ମୃତୁ୍ୟ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡପଡା ପଞ୍ଚାୟତରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ କିରୋସିନ ଢାଳି ହୋଇ ଆତ୍ମାହୁତି ଦେବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଘଟଣାରେ ସରକାରଙ୍କ ନିଷ୍କି୍ରୟତା ଓ ପୁଲିସ୍ ବିଭାଗର ଦାୟିତ୍ୱହୀନତାକୁ କଡା ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି, ମୁଖପାତ୍ର ଇପ୍ସିତା ସାହୁ ଓ ସୋଫିଆ ଆଲାମ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପୁଲିସ୍ର ନିଷ୍କି୍ରୟତା ଓ ଦୁର୍ବଳ ଶାସନ ପାଇଁ ପୁଣି ଜଣେ ଛାତ୍ରୀଙ୍କୁ ମୃତୁ୍ୟ ମୁଖକୁ ଠେଲି ଦେଇଛି ବିଜେପି ସରକାର । ଆଉ କେତେ ଜଣ ଜଳିଲେ ଏ ସରକାର ଚେତିବେ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେପି ସରକାରକୁ ଆସିବା ପରେ ଶାନ୍ତିପି୍ରୟ ଓଡିଶାରେ ନାରୀ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ପୀଡିତା ଛାତ୍ରୀ ଜନୈକ ଯୁବକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଲା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗକୁ ପୁଲିସ୍ ଗ୍ରହଣ ନ କରି, ଯେଉଁ ନମ୍ବରରୁ ତୁମକୁ ଫୋନ୍ କଲ୍ କିମ୍ବା ମେସେଜ୍ ଆସୁଛି, ସେ ନମ୍ବରକୁ ବ୍ଲକ କରି ନିରାପଦରେ ରହିବା ପାଇଁ ପରାମର୍ଶ ଦେଇଥିଲେ, ଏହା ପୁଲିସର କର୍ତ୍ତବ୍ୟ ପାଳନରେ ଚରମ ଅବହେଳା ନୁହେଁ କି ବୋଲି ଡ ମହାନ୍ତି ପ୍ରଶ୍ନ କରିଥିଲେ ।
ଆମର ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପୁଲିସ୍ ମହାନିଦେ୍ର୍ଦଶକଙ୍କୁ ଜିରୋ ଏଫଆଇଆର ରେଜିଷ୍ଟ୍ରେସନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ, ସେ ନିଦେ୍ର୍ଦଶକୁ କ’ଣ ପାଇଁ ପୁଲିସ୍ ଓ ଡିଜିପି କାର୍ଯ୍ୟକାରୀ କଲେ ନାହିଁ ? ଯଦି ପୁଲିସ୍ ପୀଡିତାଙ୍କ ଏତଲାକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତାହେଲେ ଆଜି ଆଉ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇ ଥାଆନ୍ତା । ପୀଡିତା ମୃତୁ୍ୟବରଣ କଲା ପରେ କେନ୍ଦ୍ରାପଡା ଏସପି ଘଟଣାସ୍ଥଳରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଠାରୁ ମୁଁ ତଦନ୍ତ ଦାୟିତ୍ୱ ହାତକୁ ନେଉଛି । ଆମର ପ୍ରଶ୍ନ ଏପର୍ଯ୍ୟନ୍ତ ପୁଲିସ୍ ତଦନ୍ତ ଦାୟିତ୍ୱ କେଉଁ ଆଉଟ୍ସୋର୍ସିଂ ସଂସ୍ଥା ଦ୍ୱାରା କରାଉଥିଲେ କି ? ଏସପିଙ୍କ ବୟାନରୁ ଜଣାପଡୁଛି ପୁଲିସ୍ ତା’ କାର୍ଯ୍ୟରେ ଶତପ୍ରତିଶତ ଅବହେଳା କରିଛି । ପୁଲିସର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇବାରେ ଅସହାୟ । ଏହି ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ ଏବଂ ଅପାରଗ ପୁଲିସ୍ ମହାନିଦେ୍ର୍ଦଶକ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତୁ ବୋଲି ଡ ମହାନ୍ତି କହିଛନ୍ତି ।