ସରକାରୀ ଜମିରେ ପ୍ରଣବଙ୍କ ଫାର୍ମ ହାଉସ ! : ତହସିଲରୁ ନୋଟିସ

ସରକାରୀ ଜମିରେ ପ୍ରଣବଙ୍କ ଫାର୍ମ ହାଉସ ! :  ତହସିଲରୁ ନୋଟିସ

ଧର୍ମଶାଳା : ଧର୍ମଶାଳା ତହସିଲ ଗଡମଧୁପୁର ପଞ୍ଚାୟତ ପନ୍ତୁରୀ ଠାରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାଙ୍କ ଫାର୍ମ ହାଉସ ସରକାରୀ ଜମି ଜବରଦଖଲ କରାଯାଇଥିବା ନେଇ ତହସିଲ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ସୂଚନା ମୁତାବକ ଗଡମଧୁପୁର ପାହାଡ ପାଦଦେଶ ପନ୍ତୁରି ଠାରେ  ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ପୁର୍ବତନ ବିଧାୟକଙ୍କ ଏକ ଫାର୍ମ ହାଉସ ରହିଛି । ଯାହାର ଏରିଆ ୩୧.୬୦ ପର୍ବତ କିସମରେ ପାଚେରୀ ଓ ଘର ରହିଛି । ଫାର୍ମ ହାଉସଟି ଆବଶ୍ୟକତା ଠାରୁ  ଅଧିକ ଜମି ଜବରଦଖଲ ହୋଇଥିବା ଅଭିଯୋଗ ଆସିବା ପରେ ତହସିଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହାକୁ ଓଡିଶା ଭୂମି ଅଧିନିୟମ ୧୯୭୨ଧାରା ୯ ଅନୁଯାୟୀ ଧର୍ମଶାଳା ତହସିଲଦାର କେଶ ନମ୍ବର ୨୨୯/୨୦୨୫-୨୬ରେ ପ୍ରଣବଙ୍କୁ ଏକ ନୋଟିସ କରାଯାଇଛି  ଯେ ଖାତା ନମ୍ବର ୩୩୬ ଏବଂ ପ୍ଲଟ ନମ୍ବର ୧୧୧୮ରେ ଥିବା ଫାର୍ମ ହାଉସଟି ସରକାରୀ ଅନୁମତି ବିନା ଜବରଦଖଲ କରାଯାଇଛି । ମୋଟ ୩୧.୬୦ ଏକର ଜମିରେ ୧ ଏକର ୧୦ ଡିସମିଲ ଜମିକୁ କଣ ପାଇଁ ଜବର ଦଖଲ କରାଯାଇଛି ତାହାର ଉତର ନିଜେ କିମ୍ବା ନିଜର ପ୍ରତିନିଧି ମାଧ୍ୟମରେ ତହସିଲଦାରଙ୍କ ନିକଟରେ ହାଜିର ହୋଇ ରଖିବାକୁ ତହସିଲଦାର ନୋଟିସରେ ଉଲ୍ଲେଖ କରିଛନ୍ତି । ତହସିଲଦାରଙ୍କ ନିକଟରେ ହାଜିର ହୋଇ ଏହାର ଉତର ନରଖିପାରିଲେ ଓଡିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ର ଧାରା ୪ ଏବଂ ୬ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କାହିଁକି ନିଆ ନଯିବ ବୋଲି ତହସିଲଦାର ସମୀର ରଞ୍ଜନ ଦାସ ପତ୍ରରେ ଦର୍ଶାଇଛନ୍ତି ।