ସ୍ୱାସ୍ଥ୍ୟବିଭାଗ ନିଦେ୍ର୍ଦଶକୁ ଫୁ... ସେବା ନ ପାଇ ଦହଗଞ୍ଜ ରୋଗୀ

ତାଳଚେରରୁ ଅକ୍ଷୟ ମହାରଣା :
 ବହୁ ପୂରାତନ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଉପରେ ବିଭିନ୍ନ ଅଂଚଳର ରୋଗୀ ନିର୍ଭର କରିଥାନ୍ତି । ଏଠାକୁ ଦୈନନ୍ଦିନ ଶହଶହ ସଂଖ୍ୟକ ରୋଗୀ ଚିକିତ୍ସା ହେବା ପାଇଁ ଆସିଥାନ୍ତି । ମାତ୍ର ଏହି ଚିକତ୍ସାଳୟରେ କୋଟି କୋଟି ଟଙ୍କା ବିନିମୟରେ ବିରାଟକାୟ ଅଟାଳିକାମାନ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ବ୍ୟବହାର ହେଉନି  । ଫଳରେ ସେବା ଆଜି ଚୂଲିକୁ ଯାଇଛି ବୋଲି ସାଧାରଣରେ ଅଲୋଚନା ହେଉଛି  । ଏପରିକି, ସ୍ୱାସ୍ଥ୍ୟବିଭାଗ ନିଦେ୍ର୍ଦଶକୁ ସମ୍ପୃକ୍ତ ଅଧିକାରୀମାନେ ଖୋଲାଖୋଲିଭାବେ ବେଖାତିର କରୁଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ସୂଚନାମୂତାବକ ପୂର୍ବ ସରକାର ସମୟରୁ ରୋଗୀଙ୍କ ମାନସିକତା ବଦଳାଇବାକୁ ସାତ ଦିନରେ ୭ଟି ରଙ୍ଗର ବେଡ଼ସିଟ୍ ପକାଇବାକୁ ସ୍ୱାସ୍ଥ୍ୟବିଭାଗ ନିଦେ୍ର୍ଦଶକୁ ସର୍ବସାଧରଣଙ୍କ ଅବଗତି ନିମନ୍ତେ ଚିକତ୍ସାଳୟ କାନ୍ଥରେ ସ୍ପଷ୍ଟଭାବେ ଲିପିବୋଦ୍ଧ ହୋଇଛି  । ସୋମବାର ଗୋଲାପି, ମଙ୍ଗଳବାର ନୀଳଙ୍ଗ, ବୁଧବାର ଧୂଷର, ଗୁରୁବାର, ସବୁଜ, ଶୁକ୍ରବାର ହଳିଦିଆ, ଶନିବାର ବାଇଗେଣି, ରବିବାର ଲାଲରଙ୍ଗର ରୋଗୀଙ୍କ ବେଡ଼୍ରେ ବେଡ଼ସିଟ୍ ବିଛାଇବାକୁ ନିୟମ ରହିଛି । ଏସବୁ ରଙ୍ଗ ବେଡ଼ସିଟ୍ ବେଡ଼ ଉପରେ ବିଛାଇବା ତ ଦୂରର କଥା ରୋଗୀଙ୍କ ପାଇଁ ସାଧାରଣ ବେଡ଼ସିଟ୍ ଖଣ୍ଡେ ବିଛା ଯାଉନଥିବାରୁ ବେଡ଼ ଉପରେ ରହିଥିବା ରେକଜିନ୍ ଗଦି ରୋଗୀଙ୍କ ସ୍ପର୍ଶରେ ଆସି ନଷ୍ଟ ହେବା ସହିତ ରୋଗୀ ମଧ୍ୟ ନାହିଁ ନଥିବା ହଇରାଣ ହୋଇଥାନ୍ତି ବୋଲି ଅଭିଯୋଗ ହେଉଛି । ଏପରିକି, ରୋଗୀ ସାଥିରେ ଆଣିଥିବା ଶାଲ, ଚଦର ଓ ଲୁଗାପଟ୍ଟା ବିଛାଇ ଶୋଇ ରହିଥିବା ଦେଖିବାକୁ ମିଳୁଛି ।ÿ ଜିଲ୍ଳା ଖଣିଜପାଣ୍ଠିରୁ ରୋଗୀଙ୍କ ରୋଗ ଉପଶମକୁ ଆଖି ଅଗାରେ ରଖି ଏହାକୁ କାର୍ଯ୍ୟକାରୀ କରିବାକୁ ନେଇ କୋଟି କୋଟିଟଙ୍କା ଟେଣ୍ଡର ମାଧ୍ୟମରେ ସମ୍ପୃକ୍ତ ଠିକାଦାରଙ୍କୁ କାମ ଯୋଗାଇ ଦିଆଯାଇଥାଏ । ମାତ୍ର ସମ୍ପୃକ୍ତ ଠିକାଦାର ଓ ମେଡ଼ିକାଲ ଅଫିସରଙ୍କ ମଧୁଚନ୍ଦି୍ରକା ଯୋଗୁଁ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ସେହିପରି ପ୍ରଚୁର ପରିମାଣରେ ଅକ୍ସିଜେନ୍ ରହିଥିଲେ ମଧ୍ୟ ଏହାକୁ ବିଭିନ୍ନ କାରଣ ଦର୍ଶାଇ ରୋଗୀଙ୍କୁ ପୁରୁଣା ଅକ୍ସିଜେନରେ କାମ ଚଳାଇ ଦେବାକୁ ସମ୍ପୃକ୍ତ କର୍ତ୍ତୁପକ୍ଷ କୁଆଡ଼େ ବାଧ୍ୟ କରୁଥିବା କୁହାଯାଉଛି ।
ଏପରିକି ଉକ୍ତ ଚିକିତ୍ସାଳୟରେ ନର୍ସମାନେ ରୋଗୀଙ୍କୁ ସେବା ଯୋଗଇ ଦେବା ପରିବର୍ତ୍ତେ ନିଜ ରୁମରେ ବସି ବାର୍ତ୍ତାଳୋପ କରୁଥିବା ସମୟରେ ଯଦି କୌଣସି ରୋଗୀଙ୍କ ପରିବାର ଲୋକ ତାଙ୍କୁ ଡ଼ାକନ୍ତି ତେବେ ସେ ଉତକ୍ଷିପ୍ତ ହୋଇ ର୍ଦୁବ୍ୟବହାର ପ୍ରଦର୍ଶନ କରିଥାନ୍ତି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଏହା ପ୍ରକାଶ କରୁଛନ୍ତି । ସେହିଭଳି ଉକ୍ତ ଚିକିତ୍ସାଳୟରେ ଦୀର୍ଘମାସ ହେବ ଚିକତ୍ସାଧିକାରୀ ଅବସର ନେବାପରେ ଏଠାରେ କାହାକୁ ହେଲେ ନିଯୁକ୍ତି ଦିଆଯାଇ ନଥିବାରୁ ଜଣେ ପ୍ରସୂତୀ ବିଭାଗ ଡ଼ାକ୍ତରଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଛି । ଫଳରେ ସେମାନଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ କିଛି ଡ଼ାକ୍ତର ଦୀର୍ଘମାସ ହେବ ଛୁଟିରେ ରହୁଥିବା ଦେଖିବାକୁ ମିଳିଛି ଏବଂ ଯେଉଁ ଡ଼ାକ୍ତରମାନେ ରହିଛନ୍ତି ସେମାନେ ୮ଘଂଟା କାର୍ଯ୍ୟ ତୁଲାଇବା ପରିବର୍ତ୍ତେ ମନମୁଖୀ ଭାବେ କାର୍ଯ୍ୟକରି ଘରୋଇ ଚିକିତ୍ସାଳରେ ରୋଗୀ ଦେଖିବାକୁ ଯାଉଛନ୍ତି ବୋଲି କୁହାଯାଉଛି । ତେଣୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କÿଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଆବଶ୍ୟକ ଡ଼ାକ୍ତର ଓ ବିଭିନ୍ନ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି ।