ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ
ଦାନଗଦୀ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓଳିଆର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ସଭାପତି ଶିକ୍ଷାବିତ ବିନୟ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଅତିଥି ଭାବେ ପ୍ରଫେସର ରଞ୍ଜନ କୁମାର ମଲ୍ଲିକ, ଶିକ୍ଷାବିତ ପରୀକ୍ଷିତ ବେହେରା, ସମାଜସେବୀ ବାଉରୀ ବନ୍ଧୁ ବାରିକ, ପ୍ରସନ୍ନ କୁମାର ବେହେରା, ମଳୟ କୁମାର ବାରିକ, ତୁଷାରକାନ୍ତ ମହାପାତ୍ର, ସାହିତି୍ୟକ ପ୍ରଭାସ ଚନ୍ଦ୍ର ବେଜ ଯୋଗ ଦେଇ ଶିଶୁ ମନ୍ଦିରର ଲକ୍ଷ୍ୟ ଉଦେ୍ଧଶ୍ୟ ବିଷୟରେ ବୁଝାଇ କହିଥିଲେ । ବିଦ୍ୟାଳୟର ସମ୍ପାଦକ ରବିନାରାୟଣ ସୁତାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ଅବିନାଶ ମିଶ୍ର, ତୁଷାର ରଞ୍ଜନ ସାହୁ, ଓକିଲ ସୁବାଷ ଚନ୍ଦ୍ର ବଳ ସାମନ୍ତ, ଅମୀୟ ଘଡ଼ାଇ, ଶିକ୍ଷାବିତ ପ୍ରମୋଦ କୁମାର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ଶେଷରେ ଶିଶୁ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।