ଠିକାଦାର ଛୁ... ଅଧାରହିଲା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ

ଦାନଗଦୀ : ପୋଖରୀ କାମରେ ଦୁର୍ନୀତି ଓ ବାଟମାରଣା ହୋଇଥିବା ଏକ ଅଭିଯୋଗ ହୋଇଛି । ଦାନଗଦୀ ବ୍ଲକ ଶାଳୀଜଙ୍ଗା ଗାଁ ଶାସନ ପୋଖରୀର ମରାମତି ଓ ପୁର୍ନଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨୦୨୧-୨୨ବର୍ଷରେ ବ୍ୟୟ ବରାଦ ୯ଲକ୍ଷ ୫୧ ହଜାର ୫ ଶହ ଟଙ୍କା ଥିଲା । ଯାହାର ଟେଣ୍ଡର ମୂଲ୍ୟ ୮ଲକ୍ଷ ୮ହଜାର ହୋଇଥିଲା । କିନ୍ତୁ ଠିକାଦାର ନାମକୁ ମାତ୍ର ଅଳ୍ପ କିଛି ପଙ୍କ ବାହାର କରି ଛୁ’ ମାରିଛି । ଟେଣ୍ଡର ହୋଇଥିବା ଅର୍ଥ ପୋଖରୀରେ ଅଧା ମଧ୍ୟ କାମରେ ଲାଗିନାହଁ । ଆଜି ପର୍ଯ୍ୟନ୍ତ କାମ ଅଧା କରି ଠିକାଦାରଙ୍କର ଦେଖା ଦର୍ଶନ ମିଳୁନ ଥିବା ବେଳେ ଏପରି ଦୁର୍ନୀତି ଉପରେ କାହାର ଦୃଷ୍ଟି ନପଡିବା ସମସ୍ତ ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିପ୍ରତି ଦୃଷ୍ଟି ଦେଇ ପୋଖରୀ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।