ସର୍ପାଘାତରେ ବୃଦ୍ଧାଙ୍କ ମୃତୁ୍ୟ
ଆସିକା : ଆସିକା ଥାନା ଅନ୍ତର୍ଗତ ଝଗଡେଇ ଗ୍ରାମର ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କର ସର୍ପାଘାତରେ ମୃତୁ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ଜଣଙ୍କ ହେଲେ ଜୟନ୍ତୀ ପ୍ରଧାନ (୬୫) । ସକାଳ ସମୟରେ ଚାଷ କାମ କରିବାକୁ ବିଲକୁ ଆସିଥିବାବେଳେ ଏକ ବିଷାକ୍ତ ସର୍ପାଘାତ ହୋଇଥିବା ହେତୁ ବିଲରେ ଟଳି ପଡିଥିଲା । ଚାଷ ଜମିରେ କାମ କରୁଥିବା ଅନ୍ୟ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କାରି ପରିବାର ଲୋକଙ୍କୁ ଖବର କରି ଆସିକା ଉପଖଣ୍ଡ ଚିକିସôାଳୟକୁ ଆଣିଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଆସିକା ପୁଲିସ୧୨/୨୫ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।