ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ

 ଆନନ୍ଦପୁ : ରାସ୍ତା ପ୍ରସସ୍ଥିକରଣ ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ଚାଲିଥିବା କାମ ଅତ୍ୟନ୍ତ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ ବିରୋଧ କରିଛନ୍ତି । ମାତ୍ର କାର୍ଯ୍ୟରତ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଅଭିଯୋଗକୁ କର୍ଣ୍ଣପାତ ନକରିବାରୁ ବାଧ୍ୟହୋଇ  ବେଲବାହାଳି ପଞ୍ଚାୟତ ଟୋଲଙ୍ଗପଡା ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ କାମକୁ ବନ୍ଦ କରି ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ସଠିକ୍ ଭାବେ ନିର୍ମାଣ କାର୍ଯ୍ୟ ହେଉ ନଥିବାରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ୱେ ରାସ୍ତା କାମରେ ଉନ୍ନତି ଆଣିନଥିଲେ ।  ବାଧ୍ୟ ହୋଇ ଆଜି ଗାଁର ଶତାଧିକ ପୁରୁଷ ମହିଳା ରାସ୍ତା କାମ ବନ୍ଦ କରିଥିଲେ । ବନ୍ୟା ପ୍ରବଣ ଭାବେ ଜଣା ସୁଣା ଏହି ଅଞ୍ଚଳରେ ବର୍ଷା ଦିନେ ବନ୍ୟା ଆସିଲେ କୁଶେଇ ନଦୀ ଆଡିବନ୍ଧ ଦେଇ ରାସ୍ତାରେ ଘାଇ ହୋଇ ଅନେକ କ୍ଷୟକ୍ଷତି କରିଥାଏ । ଏହାକୁ ଦୃଷ୍ଟିରେ ରଖି ଗ୍ରାମଉନ୍ନୟନ ବିଭାଗ ତରଫରୁ ରାସ୍ତାର ପ୍ରସସ୍ତିକରଣ ପାଇଁ ୨କୋଟି୪୦ ଲକ୍ଷ ବ୍ୟୟ ଅଟକଳରେ ୩.୨୭ ମିଟର ପୂର୍ବରାସ୍ତାକୁ ଚଉଡା କରି ୫.୫ ମିଟର ଓସାରରେ ରାସ୍ତା ନିର୍ମାଣ କରିବାକୁ ସ୍ପଷ୍ଟ ଭାବେ ଗାଇଡଲାଇନରେ ଥିବା ବେଳେସମ୍ପୃକ୍ତ ଠିକାଦାର ଏଥିରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଯଦି ବିଭାଗ ଏଥିରେ ହସ୍ତକ୍ଷେପ ନକରନ୍ତି ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।