ସର୍ଭିସ ରୋଡରେ ଭାରିଯାନ ଚଳାଚଳ


ାା କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା ।ା 

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୨୦ର ରୁଗୁଡି ଏବଂ ଗୁଆଲି ଓଭରବ୍ରିଜର ସର୍ଭିସ ରୋଡରେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ଶୋଚନୀୟ ହୋଇ ବିପଦସଙ୍କୁଳ ହୋଇପଡିଛି । ରୁଗୁଡି ଠାରେ ସର୍ଭିସରୋଡରେ ଦୈନିକ ଖଣି ଏବଂ ନିକଟସ୍ଥ କାରଖାନାରୁ ବାହାରୁଥିବା ହଜାର ହଜାର ଟ୍ରକ ସର୍ଭିସରୋଡ ଦେଇ ଯାତାୟତ କରୁଥିବାରୁ ସର୍ଭିସରୋଡ ଗମନାଗମନ ଅନୁପଯୋଗୀ ହୋଇପଡିଛି । ବର୍ଷା ଦିନରେ ଭାରୀଯାନ ଚଳାଚଳ ଯୋଗୁଁ ସର୍ଭିସରୋଡ ଖାଲଖମାରେ ପରିଣତ ହୋଇଛି । ଲୋକଙ୍କ ଯାତାୟତ ପାଇଁ ଓଭରବ୍ରିଜ ର ଉଭୟ ପାଶ୍ୱର୍ରେ ସର୍ଭିସ ରୋଡ ଏନଏଚ୍ଏଆଇ ପକ୍ଷରୁ ନିର୍ମାଣ କରାଯାଇଥିଲା । ସର୍ଭିସ ରୋଡରେ ଗାଁ ଲୋକଙ୍କ ଯାତାୟତକୁ ଲକ୍ଷ୍ୟ ରଖି ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । ବିଶେଷ କରି ସର୍ଭିସରୋଡରେ ସ୍କୁଲ ବସ, ଅଟୋ, ବସ, ଚାରି ଚକିଆ ଯାନ, ଆମ୍ବୁଲାନ୍ସ ଆଦି ଗାଡି ଚଳାଚଳ ରାସ୍ତା ନିର୍ମାଣ କରାଯାଇଥିଲା । ଗାଁ ଲୋକଙ୍କ ଯାତାୟତ ନିମନ୍ତେ ଉଦ୍ଦିଷ୍ଟ ରାସ୍ତାରେ ଶିଳ୍ପ ଏବଂ ଖଣିରୁ ହଜାର ହଜାର ଟ୍ରକ ଯାତାୟତ କରିବା ଫଳରେ ସର୍ଭିସରୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇ ବିପଦସଙ୍କୁଳ ହୋଇପଡିଛି । ଖଣିରୁ ବାହାରୁଥିବା ଟ୍ରକ, ହମ୍ପର, ହାଇୱା ଆଦି ଗାଡି ସର୍ଭିସରୋଡ ଦେଇ ଯାଉଥିବାରୁ ବର୍ଷା ଦିନରେ ଆଣ୍ଠୁଏ ବହଳର କାଦୁଅ ଜମା ହୋଇ ଲୋକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି କରୁଛି । ବିଶେଷ କରି ବର୍ଷା ଦିନରେ ସର୍ଭିସରୋଡକୁ ଯିବା ଆସିବା ସମୟରେ କାଦୁଅ ରାସ୍ତା ଦେଇ ଆସୁଥିବାରୁ ସର୍ଭିସରୋଡ ନଷ୍ଟ ହୋଇପଡିଛି । କାଦୁଅ ରାସ୍ତାରେ ଯାତାୟତ ବେଳେ ବାଇକ ଆରୋହୀମାନେ ଅନେକ ସମୟରେ ପଡି ଆହତ ହେଉଛନ୍ତି । ବର୍ଷା ଦିନ ପରେ ରାସ୍ତାରେ ଜମି ରହୁଥିବା କାଦୁଅ ଶୁଖି ଗାଡି ଚଳାଚଳ ସମୟରେ ଧୂଳି ଉଡି ବ୍ୟାପକ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି । ବିଶେଷ କରି ରୁଗୁଡି ଠାରେ ଥିବା ସର୍ଭିସ ରୋଡ ଦେଇ ଟୋପାଡିହି, ରୁଗୁଡି, ଲୋଇଡାପଦା ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । ଏ ନେଇ ଏନ୍ଏଚ୍ଏଆଇ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ ଗାମିଙ୍କ ସହ ଯୋଗାଯୋଗ କରିବାରୁ ସର୍ଭିସ ରୋଡକୁ ପକ୍କା ରାସ୍ତା କରି ନିର୍ମାଣ ପାଇଁ କମ୍ପାନୀଙ୍କ ସହ ଆଲୋଚନା କରାଯାଇଛି ।