ଦିଦିଙ୍କ ଘରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର
ାା ବେତନଟୀରୁ ଅଜୟ କର ।ା
ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ବିଶେଷ ପ୍ରାଧାନ୍ୟ ଦେଉଥିବା ଦାବି କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବେତନଟୀ ଗ୍ରାମ ପଞ୍ଚାୟତର ବେତନଟୀ ଆଦିବାସୀ ସାହିରେ ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳୁଛି । ଏହି ସାହିର ଅଙ୍ଗନବାଡ଼ି କେନ୍ଦ୍ରଟି ଦୀର୍ଘ ବର୍ଷ ଧରି ଅଙ୍ଗନବାଡି ଦିଦିଙ୍କ ଘରେ ଚାଲୁଛି । ତେବେ ଏହି ଘର ଗାଁରୁ ପ୍ରାୟ ୧ କିଲୋମିଟର ଦୂରରେ ଅବସ୍ଥିତ । ଯାହାଫଳରେ ଶିଶୁ, ଗର୍ଭବତୀ ମା’ମାନେ ଓ ଅଭିଭାବକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ଠାକୁରା ହାଁସଦାଙ୍କ ଅଭିଯୋଗ ଅନୁସାରେ, ସେ ଏହି ସମସ୍ୟା ନେଇ ସେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ, କିନ୍ତୁ କୌଣସି ସୁଫଳ ମିଳିନାହିଁ । ଆମ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ଓ ଗର୍ଭବତୀ ମା’ମାନେ ୧ କିଲୋମିଟର ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଏହା ଶିଶୁମାନଙ୍କ ଶିକ୍ଷା ଓ ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟ ସେବାରେ ବଡ଼ ବାଧାସୃଷ୍ଟି କରୁଛି । ଗର୍ଭବତୀ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏତେ ଦୂର ଯିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ଶ୍ରୀ ହାଁସଦା କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଆଦିବାସୀ ସାହିର ଅଧିବାସୀମାନେ ବିଶେଷ କରି ଗର୍ଭବତୀ ମା’ମାନେ, ଅଙ୍ଗନବାଡ଼ିର ମୌଳିକ ସୁବିଧା ଯଥା ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟପରୀକ୍ଷା ଓ ପରାମର୍ଶ ସେବାରୁ ବଞ୍ଚôତ ହେଉଛନ୍ତି । ଏହା ସରକାରୀ ଯୋଜନାର ଉଦେ୍ଦଶ୍ୟକୁ ବିଫଳ କରୁଛି ଏବଂ ଆଦିବାସୀ ସମୁଦାୟର ସ୍ୱାସ୍ଥ୍ୟ ଓ ଶିକ୍ଷା ବିକାଶରେ ବାଧା ସୃଷ୍ଟି କରୁଛି । ସ୍ଥାନୀୟ ଲୋକେ ଗାଁ ମଧ୍ୟରେ ଏକ ସ୍ୱତନ୍ତ୍ର ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଛନ୍ତି । ଯାହା ଶିଶୁ ଓ ଗର୍ଭବତୀ ମା’ମାନଙ୍କ ପାଇଁ ସୁବିଧାଜନକ ହେବ । ତେଣୁ ବିଭାଗୀୟ ଅଧିକାରୀମାନେ ଏହି ସମସ୍ୟାକୁ ଅଗ୍ରାଧିକାର ଦେଇ ଗାଁ ମଧ୍ୟରେ ଏକ ସ୍ୱତନ୍ତ୍ର ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।