ସର୍ଭେ କାର୍ଯ୍ୟ ବନ୍ଦ; ହୋଇପାରୁନି ଭୂ-ବନେ୍ଦାବସ୍ତ

 ଦାନଗଦୀ : ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଓ ସୁକିନ୍ଦା ଦୁଇ ବ୍ଲକର ୨୯ ମୌଜାବାସୀ ଦୀର୍ଘ ଦଶନ୍ଧି ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜ ଜମିର ହକ ପାଇଲେ ନାହିଁ କି ଭୂ-ବନେ୍ଦାବସ୍ତ ହୋଇ ପାରିଲା ନାହିଁ । ବାରମ୍ବାର ଆନେ୍ଦାଳନ ପରେ ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟ ବନ୍ଦହୋଇଯାଇଛି । ଓଡିଶାରେ ସବୁ ଜିଲ୍ଲାରେ ଜନସାଧାରଣ ଭୂ-ବନେ୍ଦାବସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟାରେ ସୁଫଳ ପାଉଥିବା ବେଳେ କଳିଙ୍ଗନଗର ଅଣଦେଖା ଓ ଅବହେଳିତ ହୋଇରହିଛି । ଏହି ପ୍ରସଙ୍ଗକୁ ନେଇ ସମାଜସେବୀ ପ୍ରଶାନ୍ତ କୁମାର ରାୟଙ୍କ ନେତୃତ୍ୱରେ ଶତାଧିକ ମୁରବୀ ଓ ମୂଳ ଚାଷୀ ଜନ ଜୀବନ ସୁରକ୍ଷା ମଞ୍ଚ ବ୍ୟାନର ତଳେ ଏକାଠି ହୋଇ ଆଲୋଚନା କରିଥିଲେ । ଦଳମତ ନିର୍ବିଶେଷରେ ସାମାଜିକ ଆନେ୍ଦାଳନର ଏକ ଭିନ୍ନ ଅନୁଷ୍ଠାନରେ ସର୍ବସମ୍ମତି କ୍ରମେ କଳିଙ୍ଗନଗରର ଭୂମିପୁତ୍ର ମାନଙ୍କ ନାର୍ଯ୍ୟଦାବୀ ହାସଲ ପାଇଁ ସମସ୍ତେ ମିଳିମିଶି ଲଢେଇ କରିବେ ବୋଲି ବଜ୍ର ଶପଥ ନେଇଥିଲେ । ୧୦୦ବର୍ଷ ହେଲା ଦୁଇ ବ୍ଲକର ବାସିନ୍ଦାଙ୍କୁ ଜମିଜମା ବନେ୍ଦାବସ୍ତ ପ୍ରକ୍ରିୟାରୁ କାହିଁକି ବାଦ ପଡ଼ିଥିବା ବେଳେ୨୦୨୩ ମସିହା ସେପ୍େଟମ୍ବର ୮ତାରିଖରେ ଭୁବନେଶ୍ୱର ଜିଓ କନ୍ସଲାଣ୍ଟ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ତକôାଳୀନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଜମି ଜମା ସର୍ଭେ ପାଇଁ ନିର୍ବାଚନ ଥିବାରୁ ତିନି ମାସ ଭିତରେ ୨୯ମୌଜାର ସର୍ଭେ କାମ ସରିବ ବୋଲି ପ୍ରତିଶୃତି ଦେଇ ପଞ୍ଚବାଟିଆ ମୌଜାରେ ସର୍ଭେ କାର୍ଯ୍ୟର ଶୁଭ ଦେଇଥିଲେ । ସେତେବେଳେ ପ୍ରଥମ ପର୍ଯ୍ୟାୟରେ ଦାନଗଦୀ ବ୍ଲକ ୨୨ଟି ମୌଜା ଓ ପରେ ସୁକିନ୍ଦା ବ୍ଲକର ୭ଟି ମୋଟ ୨୯ଟି ମୌଜାରେ ଏହି ଭୂ-ବନେ୍ଦାବସ୍ତ କାର୍ଯ୍ୟ ତିନି ମାସ ଭିତରେ ଶେଷ ହେବ ବୋଲି କୁହାଯାଇଥିଲା । କିନ୍ତୁ ବିଡ଼ମ୍ବନା ଦୁଇ ବର୍ଷ ହେବାକୁ ବସିଲାଣି କିନ୍ତୁ ସର୍ଭେ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିଲା ଦୁଇ ମାସ ହେବ ସମ୍ପୂର୍ଣ ବନ୍ଦ ପଡିଛି । ତେଣୁ ଏପରି କାମକୁ ଆଲୋଚନାରେ ସମସ୍ତେ ନା ପସନ୍ଦ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ । ଯେଉଁ କେତୋଟି ମୌଜାରେ ଏହି ସର୍ଭେ କାମ ଆରମ୍ଭ ହୋଇଥିଲା । ମାତ୍ର ଦୁଇ ତିନିଜଣ ଲୋକ ଯାଇ ମାପୁଥିଲେ, କଣ ମାପୁଥିଲେ ତାହା କାହାକୁ କିଛି ପଚାରିଲେ କହୁ ନଥିଲେ । କେତେ ବେଳେ କାହା ଘରେ ପହଁଚି ଗୋଟେ ଦୁଇଟା ଘର ସର୍ଭେ କରି ଆଉ ସେ ଗାଁକୁ ଯାଉ ନଥିଲେ । ତେଣୁ ଏପରି ସର୍ଭେ ଉପରେ ସନେ୍ଦହ ହେଉଥିଲା । ଜମି ପଟ୍ଟା ନ ଥିବାରୁ ସ୍ଥାନୀୟ ବାସିନ୍ଦା ବହୁତ ହଇରାଣ ହରକତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୨୯ଗୋଟି ମୌଜାରେ ଜନଜାତି, ଉପଜାତି ଓ କୃଷକ, ସାଧାରଣ ବର୍ଗ ଲୋକଙ୍କ ସଂଖ୍ୟା ଅଧିକ । ତେଣୁ ଏହାର ଶୀଘ୍ର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଭୂ-ବନେ୍ଦାବସ୍ତ ଅଧିକାରୀ, ତହସିଲଦାରଙ୍କୁ ଜନ ଜୀବନ ସୁରକ୍ଷା ମଞ୍ଚ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯିବ ଓ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ଏହି ମଞ୍ଚ ଭେଟିବ ବୋଲି ସ୍ଥିର ହୋଇଛି । ବୈଠକରେ ସ୍ଥାନୀୟ ମଙ୍ଗଳପୁର ସରପଞ୍ଚ ବାବୁଲି ନାଟିଆ, ଧୂଳିଗଡ଼ର ମାନସ ରଣା, ପଙ୍କପାଳର ସ୍ମୁତିରଞ୍ଜନ ଜେନା ପ୍ରମୁଖଙ୍କ ସହ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।