ଇଣ୍ଡିଆନ ରୁ୍ୟମାଟୋଲୋଜି ଆସୋସିଏସନର ଓଡିଶା ମିଡିଟର୍ମ କାର୍ଯ୍ୟକ୍ରମ

ଯାଜପୁର ଟାଉନ : ଇଣ୍ଡିଆନ୍ ରିଉମାଟୋଲଜି ଆସୋସିଏସନ୍, ଓଡିଶା ଚ୍ୟାପ୍ଟର ପକ୍ଷରୁ “କ୍ଲିନିକାଲ ପ୍ଲୁ୍ୟଜ ଟୁ କ୍ଲାରିଟି –ଏ କେଶ ବେସଡ ଆପ୍ରୋଚ ଇନ ରିଉମାଟୋଲୋଜି” ବିଷୟରେ ମିଡ୍-ଟର୍ମ କଣ୍ଟିନୁ୍ୟଇଙ୍ଗ୍ ମେଡିକାଲ୍ ଏଜୁକେସନ୍ କାର୍ଯ୍ୟକ୍ରମ ମହାରାଜା ଯଜାତି କେଶରୀ ମେଡିକାଲ୍ କଲେଜ୍ରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଯାଜପୁର ସହ ଯୁକ୍ତ ଭାବରେ ଏବଂ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଯାଜପୁର, ଯାଜପୁର ରୋଡ୍ ଓ ଭଦ୍ରକ ଶାଖା ସହଯୋଗରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ଡା.ଶିଶିର କୁମାର ମହାପାତ୍ର, ଅଧ୍ୟକ୍ଷ, ଆଇ.ଆର.ଏ, ଓଡିଶା ପ୍ରଫେସର ଡା. ଜ୍ୟୋତି ରଞ୍ଜନ ପରିଡା, ଆୟୋଜକ ସଚିବ, ଆଇ.ଆର.ଏ, ଓଡିଶା ପ୍ରଫେସର ଡା. ସିତାରାମ ମହାପାତ୍ର, ଡିନ୍ ଓ ପ୍ରାଚାର୍ଯ୍ୟ,  ଡା. କାର୍ତର୍ିକ ଚନ୍ଦ୍ର ରାଉତ, ଡା.ଖିରୋଦ ଚନ୍ଦ୍ର ମହାନ୍ତି, ଅଧ୍ୟକ୍ଷ, ଆଇ.ଏମ.ଏ, ଯାଜପୁର ଡା. ଗୌରୀଶଙ୍କର ଶଡଙ୍ଗି, ସଚିବ ଆଇ.ଏମ.ଏ, ଯାଜପୁର ରୋଡ୍ ଓ ଡା. ଆର୍.କେ.ନାୟକ, ଅଧ୍ୟକ୍ଷ, ଆଇ.ଏମ.ଏ, ଭଦ୍ରକ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ପ୍ରଫେସର ଡା.ପ୍ରଦୀପ୍ତ ଶେଖର ପାତ୍ର ଡା.ରଶ୍ମି ରଞ୍ଜନ ସାହୁ, ପ୍ରଫେସର ଡା. ସାକିର ଅହମଦ୍, ଡା. ସରିତ୍ ଶେଖର ପଟ୍ଟନାୟକ ତାଙ୍କ ଅନୁଭବ ଓ ଦକ୍ଷତା ସହଭାଗି କରିଥିଲେ । ରିୟୁମାଟୋଲୋଜି ସହିତ ସମ୍ବନ୍ଧିତ ବିଭିନ୍ନ ରୋଗ ସମ୍ମୀଳନରେ ଆଲୋଚିତ ହୋଇଥିଲା । ବିଶେଷଜ୍ଞମାନେ ଜୋର ଦେଲେ ଯେ, କୌଣସି ଅଟୋଇମ୍ମୁ୍ୟନ ରୋଗର ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ କିମ୍ବା ଠିକ ହେବାରେ ବିଳମ୍ବ ହେଲେ, ଶୀଘ୍ର ଚିହ୍ନଟ ପାଇଁ ଏକ ରିୟୁମାଟୋଲୋଜିଷ୍ଟଙ୍କୁ ପରାମର୍ଶ କରିବା ଆବଶ୍ୟକ ଥିଲା ଆଲୋଚନାର ପ୍ରଧାନ ନିଷ୍କର୍ଷ । ପ୍ରଫେସର ଡା. ଡି.ଶୋଭା ମାଳିନୀ, ଆୟୋଜକ ସଚିବ, ଆଇ.ଆର.ଏ ଓଡିଶା ରାଜ୍ୟ ଶାଖା, ଶିକ୍ଷକଗଣ ଓ ଆଇ.ଏମ.ଏ ସଦସ୍ୟମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକମାନେ, ପିଜି ଛାତ୍ରଛାତ୍ରୀ ଓ ପ୍ରାକ୍ଟିସିଙ୍ଗ୍ ଡାକ୍ତରମାନେ ଯୋଗ ଦେଇଥିଲେ । ରିଉମାଟୋଲୋଜିରେ କେସ୍-ଭିତ୍ତିକ ଶିକ୍ଷା ଓ ଆଧୁନିକ ଚିକିସôା ପ୍ରବନ୍ଧନ ବିଷୟରେ ଗଭୀର ଆଲୋଚନା କରାଯାଇଥିଲା ।