ନାଗସାପ ଉଦ୍ଧାର
ସୁକିନ୍ଦା : ଏହି ବ୍ଲକ କୁହିକା ଗ୍ରାମ ନରେନ୍ଦ୍ର ମହାନ୍ତଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି । ସୂଚନା ମୁତାବକ ନରେନ୍ଦ୍ରଙ୍କ ରହିବା ଘରେ ଏକ ସାପ ଦେଖି ପରିବାର ଲୋକେ ପ୍ରଶିକ୍ଷିତ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ଘଟଣାସ୍ଥଳରେ ପହଁଚି ନାଗସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ ।