ସହରରେ ବଢୁଛି ଲୁଟପାଟ୍


ାା ପ୍ରଭାନୁ୍ୟଜ ।ା ତାଳଚେର : ତାଳଚେର ସହରରେ ଏବେ ଧିରେ ଧିରେ ଚୋରି ବଢିବାରେ ଲାଗିଛି । ସହରର ବିଭିନ୍ନ ଅଞ୍ଚଳ ସାହି ଗଳିକନ୍ଦି ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ କେଉଁଠି ବି ଲୋକେ ନିଜକୁ ନିରାପଦ ମଣୁନାହାନ୍ତି । ଗତ ଦୁଇ ତିନିଦିନ ହେବ ବାଘୁଆବୋଲ ଗ୍ରାମରେ ଲୋକେ ଶୋଇଥିବା ଅବସ୍ଥାରେ ଘରେ ପଶି ଦୁର୍ବୃତ୍ତମାନେ ଚୋରି କରୁଛନ୍ତି ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି । କୁହାଯାଉଛି କି, ନିଶାଶକ୍ତ ଯୁବକମାନେ ନିଶା ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ଏପରି କାଣ୍ଡି ଭିଆଉଛନ୍ତି । ତାଳଚେର ଅଞ୍ଚଳରେ ନିଶାଡ଼ିମାନଙ୍କର ଦୌରାତ୍ମ୍ୟ ବୃଦ୍ଧିବାରେ ଲାଗିଛି । ରାତିଅଧିଆ ଟ୍ରକ ଗୁଡ଼ିକରୁ ବ୍ୟାଟେରୀ ଚୋରି କରିବା, ମହିଳାଙ୍କ ଠାରୁ ଚେନ୍ ଝାମ୍ବି ନେବା, ପକେଟମାର୍, ଚୋରି, ବିଭିନ୍ନ ସ୍ଥାନରୁ ମଟର ସାଇକେଲ, ସାଇକେଲ, ଖଣି ଗୁଡ଼ିକରୁ ଲୁହା, ଡିଜେଲ ଓ ଯନ୍ତ୍ରାଂଶ ଚୋରି କରିବା, ଶନିବାର ସାପ୍ତାହିକ ହାଟରୁ ବିଭିନ୍ନ ସାମଗ୍ରୀ ଚୋରି ଇତ୍ୟାଦି ବଢିବାରେ ଲାଗୁଥିଲେ ମଧ୍ୟ ପୁଲିସ୍ ବାବୁମାନେ ଏଠି କରୁଛନ୍ତି କ’ଣ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି । ଅଞ୍ଚଳବାସୀଙ୍କ କହିବା ମୁତାବକ ଡ୍ରଗସ୍, ବ୍ରାଉନସୁଗାର, ନାଇଟ୍ରୋଜେନ୍ ଟାବଲେଟ୍, କରେକ୍ସ, ଗଞ୍ଜେଇ ଭଳି ମାରାତ୍ମକ ନିଶା ଓ ବ୍ୟବସାୟ ଉପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଯଦି ତୀକ୍ଷ୍ଣ ନଜର ରଖି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ଏବଂ ସହରରେ ପାଟ୍ରୋଲିିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଆନ୍ତା ; ତେବେ କିଛି କାଂଶରେ ଏଭଳି ଜଘନ୍ୟ କାଣ୍ଡ ଭିଆଉଥିବା ନିଶାଡ଼ି ଓ ନିଶା ବ୍ୟବସାୟୀଙ୍କ ଉପରେ ରୋକ୍ ଲାଗି ପାରନ୍ତା ବୋଲି ଅଞ୍ଚଳବାସୀମାନେ ମତପ୍ରକାଶ କରୁଛନ୍ତି ।