ସହିଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ...

ସହିଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ...

ରାଇପୁର: ସହିଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ । ବୀର ଯବାନଙ୍କ ପାର୍ଥିବଶରୀରରେ କାନ୍ଧ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । କୋବ୍ରା କମାଣ୍ଡୋ କନଷ୍ଟେବଲ ମେହୋଲ ସୋଲାଙ୍କୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କ ପାର୍ଥିବ ଶରୀରରେ କାନ୍ଧ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆଉ କହିଛନ୍ତି , ସହିଦ ଯବାନଙ୍କ ଘର ଗୁଜରାଟରେ । ନକ୍ସଲଙ୍କ ସହ ମୁକାବିଲା ବେଳେ ସେ ସହିଦ ହୋଇଛନ୍ତି । ସେହି ବୀରଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି ।

ତେବେ ୨୧ ତାରିଖରେ ଛତିଶଗଡ଼ ନାରାୟଣପୁର ଅବୁଝମାଡ୍ ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ବଡ଼ ଧରଣର ଗୁଳି ବିନିମୟରେ ୨୭ ମାଓମାଦୀଙ୍କୁ ନିପାତ କରାଯାଇଥିଲା । ଏନକାଉଣ୍ଟରରେ ମାଓନେତା ବସବରାଜୁ ମଧ୍ୟ ସଫା ହୋଇଥିଲା । ସେହି ଗୁଳିବିନିମୟରେ ମେହୋଲ ସୋଲାଙ୍କୀ ସହିଦ ହୋଇଥିଲେ ।