ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ!

ଜାପାନ : ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ରବିବାର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଯାଉଛନ୍ତି। ତାଙ୍କ ନିଜ ଦଳ ଭିତରେ ବଢ଼ୁଥିବା ସମାଲୋଚନା ଏବଂ ଜୁଲାଇ ସଂସଦୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦଳୀୟ ନେତାମାନେ ତାଙ୍କୁ ରାଜନୈତିକ ଦାୟିତ୍ୱ ନେବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ଇଶିବା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତଥାପି ଗତ ଗୋଟିଏ ମାସ ଧରି, ସେ ଇସ୍ତଫା ଦେବା ପାଇଁ ଦଳର ଦକ୍ଷିଣ ପକ୍ଷର ଚାପର ସମ୍ମୁଖୀନ ହେଉଥିଲେ, କିନ୍ତୁ ସେ ଏହି ଦାବିକୁ ଲଗାତର ବିରୋଧ କରୁଥିଲେ।