ସାଂସଦ ରୁଦ୍ର ପାଣିଙ୍କ ଚା' ପେ ଚର୍ଚ୍ଚା : ମହିଷାପାଟ ବାଇପାସ ଛକରେ ଓଭର ବ୍ରିଜ ନିର୍ମାଣ ଦାବି
ଢେଙ୍କାନାଳ : ସାଂସଦ ରୁଦ୍ର ନାରାୟଣ ପାଣି ବିଲ୍ଲୀ ଗସ୍ତ ଅବସରରେ ଢେଙ୍କାନାଳ ବସ୍ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାାଟିକା ଠାରେ ପହଁଞ୍ଚି ଦଳୀୟ କାର୍ଯ୍ୟକର୍ତା, ଜନସାଧାରଣ ଓ ବୁଦ୍ଧିଜୀବଙ୍କ ସାଙ୍ଗରେ ଚା' ପିଇବା ସହ ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଢେଙ୍କାନାଳର ସମସ୍ୟା ଓ ଉନ୍ନତି ବାବଦରେ ଆଲୋଚନା କରିଥିଲେ । ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତା, ଜନସାଧାରଣ ଓ ବୁଦ୍ଧିଜୀବୀ ସାଂସଦ ଶ୍ରୀ ପାଣିଙ୍କୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀର କପିଳାସ ପୀଠର ବିକାଶ ସହ ‘ରୋପ୍ୱେ ସ୍ଥାପନ, ସପ୍ତଶଯ୍ୟା ଓ ଉନକୋଟିଶ୍ୱର ମହାଦେବ ପୀଠର ବିକାଶ ତଥା ଏସିଆ ମହାଦେଶର ବୃହତମ ଗ୍ରାମ ଭୂବନବାସୀଙ୍କର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବୁଦେ୍ଧଶ୍ୱର ମହାଦେବ ପୀଠକୁ କେନ୍ଦ୍ରରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ଏହାର ବିକାଶ, ଜାତୀୟ ରାଜପଥ ୫୫ ର ନିର୍ମାଣକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ମହିଷାପାଟ ଓ କଂଟାନାଳୀ ବାଇପାସ୍ରେ ଓଭର ବ୍ରିଜ ନିର୍ମାଣ ପାଇଁ ଚଳିତ ଲୋକ ସଭା ଅଧିବେଶନରେ ଆଲୋଚନା କରି ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଏହି ଚର୍ଚ୍ଚାରେ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ନିଷ୍ଣୁ ପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ଶିବ ପ୍ରସାଦ ସାହୁ, ନଗରମଣ୍ଡଳ ସଭାପତି ବିକାଶ କୁମାର ସାହୁ, ପୂର୍ବତନ ସଭାପତି ଧ୍ରୁବ ଚରଣ ସାଇଁ, କାଉନ୍ସିଲର ନିରୋଦ କୁମାର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।