ଟ୍ରକ ଧକ୍କାରେ ଚାଲିଗଲା ମା'ପୁଅଙ୍କ ଜୀବନ, ବାପା ଗୁରୁତର
ଅନୁଗୁଳ: ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଗଲା ମା'ପୁଅଙ୍କ ଜୀବନ । ହେଲେ ବାପା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଟାଟା ଷ୍ଟିଲ କାରଖାନାରେ ରୋହିତ ରାଠୋର କାର୍ଯ୍ୟ କରନ୍ତି । ସୂଚନାମୁତାବକ ବାଇକ୍ ଯୋଗେ ସ୍ତ୍ରୀ ମନିଷା ସାଓ (୩୦) ଏବଂ ଚାରି ବର୍ଷର ପୁଅ ହରଷତ ରାଠୋରଙ୍କୁ ନେଇ ବଅଁରପାଳ ଆଡକୁ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବାଇକ୍ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମନୀଷାଙ୍କ ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବାପ, ପୁଅକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇ ଦେଇଥିଲେ । ଚିକିସôାଧିନ ଅବସ୍ଥାରେ ପୁଅ ହରଷତଙ୍କ ମୃତ ହୋଇଥିଲା । ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଁଚି ଟ୍ରକକୁ ଜବତ କରଥିବା ବେଳେ ଚାଳକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛିି ।