୩ ଅନୁପ୍ରବେଶକାରୀ ସନ୍ଦିଗ୍ଧ ଅଟକ
ମାଲକାନଗିରି : ସାରା ଦେଶରେ ଏବେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ହେଲେ ମାଲକାନଗିରି ଜିଲ୍ଲା ଏମଭି-୪ ଗାଁର ଏକ ଘରେ କିଛି ଅଜଣା ଲୋକେ ବେଶ୍ କିଛି ମାସ ଧରି ରହିଥିବା ବେଳେ ଏମାନେ ଅନେକ ଅସାମାଜିକ କାମରେ ଲିପ୍ତ ଥିବା ଗାଁ ଲୋକେ ସନେ୍ଦହ କରୁଛନ୍ତି । ଏମାନଙ୍କୁ ଗାଁ ଲୋକେ ପଚରାଉଚରା କରିଥିବା ବେଳେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଏମାନଙ୍କୁ ଗାଁଲୋକ ପୁଲିସ୍ ଜିମା ଦେଇଛନ୍ତି । ଗାଁଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।