ଆପ ‘ଅପରେସନ ଲୋଟସ’ ଅଭିଯୋଗ: ଉପ-ରାଜ୍ୟପାଳଙ୍କ ତଦନ୍ତ ନିଦେ୍ର୍ଦଶ
ନୂଆଦିଲ୍ଲୀ: ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ହଲଚଲ । ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକିଥିଲେ ଆପ୍ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକି ବୈଠକରେ ବିଜେପିର ‘ଅପରେସନ୍ ଲୋଟସ୍’ ପ୍ରତି ସତର୍କ ରହିବାକୁ କହିଛି ।
ଏହାରି ମଧ୍ୟରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଶୁକ୍ରବାର ଦିନ ବିଜେପି ବିରୋଧରେ ଆମ ଆଦମୀ ପାର୍ଟି (ଆପ)ର "ଅପରେସନ ଲୋଟସ’ ଅଭିଯୋଗର ତଦନ୍ତ କରିବାକୁ ଦୁର୍ନୀତି ନିବାରଣ ବୁ୍ୟରୋ ବା ଏସିବିକୁ ନିଦେ୍ର୍ଦଶ ଦେଇଛନ୍ତି । ଫେବ୍ରୁଆରି ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବାକୁ ଥିବା ବେଳେ ତାହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି ।
ଏହି ନୋଟିସ୍ ‘ଅପରେସନ୍ ଲୋଟସ୍' ଅଧୀନରେ କେଜ୍ରିୱାଲଙ୍କ ଦାବି ସହିତ ଜଡ଼ିତ, ଯେଉଁଥିରେ ସେ ଏବଂ ଅନ୍ୟ ଆପ୍ ନେତାମାନେ ବିଜେପି ୧୬ ଆପ୍ ବିଧାୟକଙ୍କୁ ଦଳ ବଦଳାଇବା ପାଇଁ ୧୫ କୋଟି ଟଙ୍କା ଯାଚୁ ିଥିବା ଅଭିଯୋଗ କରିଛନ୍ତି । ଏସିବି କେଜ୍ରିୱାଲଙ୍କୁ ଏହି ବିଧାୟକମାନଙ୍କ ନାମ ସହିତ ଅଫର ଦେଇଥିବା ଲୋକଙ୍କ ଯୋଗାଯୋଗ ବିବରଣୀ ଦାଖଲ କରିବାକୁ କହିଛି । ନୋଟିସରେ ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିବା ସହ ତୁରନ୍ତ ତଦନ୍ତ ଜରୁରୀ ବୋଲି କୁହାଯାଇଛି । ଉପରାଜ୍ୟପାଳଙ୍କ ନିଦେ୍ର୍ଦଶକ୍ରମେ ଏସିବି ଟିମ୍ ଅଭିଯୋଗର ତଦନ୍ତ ପାଇଁ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା । ତେବେ ଅପରାହ୍ନରେ ତଦନ୍ତକାରୀ ଅଧିକାରୀମାନେ କେଜ୍ରିୱାଲଙ୍କ ଘରୁ ଫେରିଆସିଥିଲେ । ତେବେ ଏହା ବିଜେପିର ଏକ ଷଡ଼ଯନ୍ତ୍ର ବୋଲି ଆପ୍ ଅଭିଯୋଗ କରିଛି ।