ସାଗର କବଚ-୨ ସମରାଭ୍ୟାସ
ଛତ୍ରପୁର : ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ସମୁଦ୍ର ତଟ ସୁରକ୍ଷା ନେଇ ଦୁଇ ଦିନିଆ ସାଗର କବଚ ସମରାଭ୍ୟାସ ଚାଲିଛି । ସମୁଦ୍ର ନିକଟ ଥାନା ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର,ରମ୍ଭା,ଚମାଖଣ୍ଡି ପୁଲିସ ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି । ସୂଚନା ଥାଉକି ଗତ୨୬/୧୧ /୨୦୦୮ରେ ପାକିସ୍ଥାନ ଆତଙ୍କବାଦୀ ମୁମ୍ବାଇ ଜଳପଥ ଦେଇ ଆସିବାପରେ ଆକ୍ରମଣ କରିଥିଲେ । ଏଥିôରେ ବହୁ ଲୋକ ମୃତୁ୍ୟ ଓ ଗୁରୁତର ଆହତ ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପକ୍ଷରୁ ପ୍ରତ୍ୟେକ ବର୍ଷ ଦୁଇଥର ସମରାଭ୍ୟାସ କରାଯାଉଛି । ଜଳପଥ ହେଉ ବା ସ୍ଥଳପଥ ହେଉ ଶତ୍ରୁପକ୍ଷକୁ ଦିଆଯିବ କଡା ଜବାବ । ଆଜି ସାଗର କବର -୨ ସମରାଭ୍ୟାସ ଚାଲିଛି ଏହା ଦୁଇ ଦିନ ଧରି ଚାଲିବ । କିପରି ଜଳପଥ ହେଉବା ସ୍ଥଳପଥ ହେଉ ଯେଉଁ ବାଟେ ଦେଇ ଆସିବେ ଶତ୍ରୁପକ୍ଷ ତାହାକୁ କଡା ଜବାବ ଦିଆଯିବ । ଗଞ୍ଜାମ ପୋଲିସ ଜିଲା ଅଧିନ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧିନରେ ପ୍ରୟାଗି ଠାରୁ ହରିପୁର ପର୍ଯ୍ୟନ୍ତ ଦିର୍ଘ ୪୦ କିମି ପର୍ଯ୍ୟନ୍ତ ପେଟ୍ରୋଲିଂ କରିଥାନ୍ତି । ଏହି ସମରାଭ୍ୟାସରେ ପୋଲିସ, ମସô୍ୟ ବିଭାଗ, ଅଗ୍ନିଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୋଷ୍ଟ ଗାର୍ଡ ସାମିଲ ହୋଇଥିଲେ । ପ୍ରତ୍ୟେକ ସ୍ଥାନରେ କଡାକଡି ଯାଂଚ କରାଯାଉଛି । କିପରି ଶତ୍ରୃପକ୍ଷ ପ୍ରବେଶ କରିପାରିବେ ନାହିଁ । ଏପରିକି ବ୍ଲୁ ଟିମ ଓ ରେଡ ଟିମ ଭାବେ ଦୁଇଟି ଟିମ ଗଠନ ହୋଇଛି । ବ୍ଲୁ ଟିମର ନେତୃତ୍ୱରେ ନେଉଥିଲେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ । ଏନେଇ ଏହି ଟିମ ଜଳପଥରେ କଡାକଡ ପେଟ୍ରୋଲିଂ କରିବା ବେଳେ ଏକ ବୋଟ ଯୋଗେ ୪ଜଣ ଡମି ଆତଙ୍କବାଦୀ ଜଳପଥ ରେ ଯାଉଥିବା ବେଳେ ଏହି ଟିମ ସେମାନଙ୍କୁ ଧରିଥିଲା, ଏହା ଏକ ଡମି ଥିଲା । ସେମାନେ ଧରି ପାରୁଛନ୍ତି କି ନାହିଁ ତାହା ଏକ ଡେମୋ କରାଯାଇଥିଲା । କିପରି ସଜାଗ ରହିଛି ପୋଲିସ ରହିଛି ଏହି ସମରାଭ୍ୟାସର ଉଦେଶ୍ୟ ଥିଲା । ଏହି ସାଗର କବଚ-୨ କାର୍ଯ୍ୟକ୍ରମ ଗୁରୁବାର ଶେଷ ହେବ ବୋଲି ମେରାଇନ ଥାନା ଅଧିକାରୀ ବିଦ୍ୟାଭାରତୀ ନାୟକ କହିଥିଲେ । ବିଭିନ୍ନ ଛକ ମାନଙ୍କରେ ମଧ୍ୟ ପୋଲିସ ସମସ୍ତ ଗାଡି ସବୁ ଯାଂଚ କରୁଛି,ମସô୍ୟଜିବି ମାନଙ୍କୁ ମଧ୍ୟ ସଚେତନତା କରାଯାଉଛି, କିଏ ଅଜଣା ବ୍ୟକ୍ତି ଆସିଲେ ତୁରନ୍ତ ପୋଲିସକୁ ଅଗବତ କରାଇବା ପାଇଁ କୁହାଯାଇଛି ।