ମେରୁ ପର୍ବରେ କାଳୀପୀଠ ଲୋକାରଣ୍ୟ
ହିିିଞ୍ଜିଳିକାଟୁ : ରବିବାର ହଞ୍ଜିିିଳିକାଟୁ ଓ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମହାମାୟୀ ମା' ଦଣ୍ଡକାଳୀ ପୀଠଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି । ମହାବିଷୁବ ସଂକ୍ରାନ୍ତିରେ ଅନୁଷ୍ଠିତ ମେରପର୍ବ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ କାହିଁ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି ।
ଚୈତ୍ର ମାସର ଶେଷ ଓ ବୈଶାଖ ମାସର ପ୍ରାରମ୍ଭକୁ ମେରୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ପ୍ରତ୍ୟେକ ମୂହୁର୍ତ୍ତ କଠିନ ପରୀକ୍ଷାର ସମ୍ମୁଖୀନ ହେବା ସହ ନିଷ୍ଠା ଓ ଏକାଗ୍ରତାରେ ବାନା, ପି‚ମୁଠା, ପରଭା, ଦଣ୍ଡ, ହର ପାର୍ବତୀଙ୍କ ମୂର୍ତ୍ତୀ, ଢୋଲ, ମହୁରୀ ଓ ଘଣ୍ଟର ଧ୍ୱନିରେ ଗଗନପବନ ପ୍ରକମ୍ପିତ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦଣ୍ଡ ପରିବେଷଣ କରିଥା୍ନ୍ତି । ପୋଚିଲିମା, ବୁରୁପୋଡା, ସମରଝୋଳ, ଆଲପୁର, ସାରୁର ବେଲଗାଁ, ଡି.ପାଟପୁର, ସାହାପୁର, ରାଳବ, ଖଣ୍ଡରା ଓ କୋଳିଦାସପୁରର ଦଣ୍ଡନୃତ୍ୟ ଶେଷ ହୋଇଛି । ମାନସିକଧାରୀ ଦଣ୍ଡଭୁକ୍ତାଙ୍କୁ ନିଜ ନିଜ ଗ୍ରାମବାସୀ ବରଣ କରିବା ପରେ ଦଣ୍ଡଦଳ ଗ୍ରାମ ପରିକ୍ରମା କରି ପ୍ରଚଣ୍ଡ ଖରାରେ ଧୁଳିଦଣ୍ଡ ଶେଷ ପରେ ପାଣିଦଣ୍ଡରେ ସାମିଲ ହୋଇଥିଲେ । ପରେ ସମସ୍ତେ ମେରୁମଣ୍ଡପରେ ଏକତ୍ରିତ ହୋଇଥିଲେ । ମେରୁ ମଣ୍ଡପରେ ଢୋଲ, ଘଣ୍ଟ, ମହୁରୀର ତାଳେ ତାଳେ ଝୁଣା ମାଧ୍ୟମରେ ଜଣେ ଦଣ୍ଡୁଆଙ୍କୁ ଅଗ୍ନିରେ ମହାମାୟୀ ମା' ଦଣ୍ଡକାଳୀଙ୍କୁ ଆବାହନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିତ ପରିବେଶ ସୃଷ୍ଟି କରିଥିଲା । ହର ପାର୍ବତୀ ଓ ମା ଦଣ୍ଡକାଳୀଙ୍କୁ ମାନସିକଧାରୀ ଦଣ୍ଡୁଆମାନେ ନିଷ୍ଠାପର ସାଧନା ଓ କଠିନ ଉପାସନା ସହକାରେ ପରମ୍ପରା ଅନୁଯାୟୀ ଦଣ୍ଡଯାତ୍ରାରେ ସାମିଲ ହୋଇଥିଲେ । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମେରୁସ୍ଥଳ ଚତୁପାାଶ୍ୱର୍ରେ ବିଭିନ୍ନ ରକମର ଖେଳଣା, ବାରମଜା, ଘରକରଣା ସାମଗ୍ରୀ ସହ ଅସ୍ଥାୟୀ ଦୋକାନ ବଜାର ଗଢି ଉଠିଥିଲା ।