ସାଙ୍ଗର ଛାତିରେ ଛୁରି ଭୁସି ହତ୍ୟା କଲା ସାଙ୍ଗ

ସାଙ୍ଗର ଛାତିରେ ଛୁରି ଭୁସି ହତ୍ୟା କଲା ସାଙ୍ଗ

ଗଣିଆ : ସାଙ୍ଗ ସାଙ୍ଗ ମଧ୍ୟରେ ବଚସାରୁ ହତ୍ୟା । ସାଙ୍ଗ ଛାତିରେ ଛୁରି ଭୁସିଲା ସାଙ୍ଗ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ । ସୂଚନା ଅନୁସାରେ ଗ୍ରାମର ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ସାଙ୍ଗଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମଙ୍କୁ ତାଙ୍କ ବନ୍ଧୁ ଏକ ଧାରୁଆ ଛୁରିରେ ଛାତିକୁ ଭୁସି ଦେଇଥିଲେ । ପରେ ପୁରୁଷୋତ୍ତମଙ୍କୁ ପରିବାର ଲୋକେ ଗଣିଆ ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଗଣିଆ ପୁଲିସର ଛାନଭିନ ଜାରି ରହିଥିବା ବେଳେ ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଛି ।