ସାପ କାମୁଡାରେ ନାବାଳକ ମୃତ


ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳକ ଛାତ୍ରଙ୍କ ସାପ କାମୁଡାରେ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ପୋଡିଙ୍ଗି ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ମିଲନ ଗୈାଡ (୧୦)  । ପ୍ରକାଶ ଯେ,  ମିଲନ ରାତ୍ର ଭୋଜନ ସାରି ଘରେ ଶୋଇଥିବା ବେଳେ ଘର ଭିତରକୁ ଏକ ବିଷୟର ସାପ ପଶିଆସି ମିଲନଙ୍କ ଗୋଡକୁ କାମୁଡି ଦେଉଥିଲା । ଯନ୍ତ୍ରଣାରେ ମିଲନଙ୍କ ଚିକôାର ଶୁଣି ଓ ନିକଟରେ ଏକ ସାପକୁ ଦେଖି ପରିବାର ଲୋକେ ନାବାଳକଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିସôାଧିନ ସମୟରେ ମିଲନଙ୍କ ମୃତୁ୍ୟ ଘଟିଥିଲା  । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରିଛି ।