ହନୁମାନଙ୍କ ଗଦା ଚୋରି, ୨ ଗିରଫ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନର ଗଦା ଚୋରି ସହ ଗତ କିଛିଦିନ ହେଲା ଗ୍ରାମରେ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଗ୍ରାମ୍ୟ କମିଟି ଛତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ୫୯୫/୨୫ ନଂ ଏକ ମାମଲା ରୁଜୁ କରିଥିଲା । ଏବଂ ଏହି ମାମଲାରେ ଜଡିତ ଲଣ୍ଡାବାଉଁଶ ଗ୍ରାମର ସନ୍ତୋଷ କୁମାର ଗୌଡ଼ (୪୬) ଓ ଶିବ ସାହୁ (୨୫) ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନର ପିତ୍ତଳ ଗଦାଙ୍କୁ ଜବତ କରାଯାଇ ଗ୍ରାମ୍ୟ କମିଟିକୁ ହସ୍ତାନ୍ତର କରାଯାଇଥିବା ଛତ୍ରପୁର ଥାନା ଅଧିକାରୀ ସବ୍ୟ ସାଚୀ ମଲ୍ଲ ସୂଚନା ଦେଇଛନ୍ତି ।