ଯାଜପୁର ପେନ୍କାକ ସିଲଟ ପ୍ରତିଯୋଗୀଙ୍କ ସଫଳତା


ାା ପ୍ରଭାନୁ୍ୟଜ ।ା ଯାଜପୁର :  ସପ୍ତମ ରଜ୍ୟସ୍ତରୀୟ ପେନକାକ ସିଲଟ ପ୍ରତିଯୋଗିତା ରାଉଲକେଲାର ଭଞ୍ଜ କଲଚରାଲ ଟ୍ରଷ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ସେଥିରେ ଯାଜପୁର ଜିଲାରୁ ୧୫ ଜଣ ପ୍ରତିଯୋଗି ଭାଗ ନେଇ ୯ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୧ଟି କଂଶ୍ୟ ପଦକ ଜିତିଛନ୍ତି । ସେଥିମଧ୍ୟରୁ ଇଶନୀ ମିଶ୍ର, ଏସ୍ବିସାଇ ସୁଲଘନା, ଆର୍ଯ୍ୟଶୃଷ୍ଟି ପଟ୍ଟନାୟିକ, ହିମାକ୍ଷୀ ସେନଗୁପ୍ତା, ବୋଧସ୍ୱତ ମୁଦୁଲି, ସ୍ୱସ୍ତିକ ସାଇ ଭାରଦ୍ୱାଜ, ମନଶ ରଞ୍ଜନ ପଣ୍ଡା, ଶ୍ରେୟାଂଶ ଜେନା, ନିହାରିକା ମଲ୍ଲିକ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଯାଜପୁର କୋଚ ଭାବେ ସୌମ୍ୟ ରଞ୍ଜନ ନାୟକ, ରେଫରୀ ଭାବେ ଆଉଲା ଯଥାଧାରୀ ରାଓ ଏବଂ ମନୋରଞ୍ଜନ ଭଞ୍ଜ ମୁଖ୍ୟ ରେଫରୀ ଭାବେ ଯୋଗ ଦେଇଥିଲେ । ଯାଜପୁର ଜିଲା ପେନକାକ ସିଲଟ ସାଙ୍ଗର ସମ୍ପାଦକ ବିଚିତ୍ର ବିଶ୍ୱାଳ ସମସ୍ତ ପଦକ ବିଜୟ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ।