ସାବିତ୍ରୀ ପୂଜାବେଳେ ଅଘଟଣ : ବାଘୁଆ ମହୁପୋକ ଆକ୍ରମଣରେ ୯ ଆହତ

 ବନ୍ତ  : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନରେ ଆଜି ସାବିତ୍ରୀ ପୂଜାବେଳେ ଅଘଟଣ ଘଟିଛି  । ବାଘୁଆ ମହୁ ପୋକ ଆକ୍ରମଣରେ ୯ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ସୂଚନା ମିଳିଛି  । ଘଟଣାରୁ ପ୍ରକାଶ ଆଜି ସାବିତ୍ରୀ ବ୍ରତ ପାଇଁ ପ୍ରାୟ ୧ ସମୟରେ ଗ୍ରାମଦେବତୀ ମା’ ବୁଢ଼ୀଜାଗୁଳାଇ ପୀଠ ନିକଟରେ ଥିବା ଓସ୍ତଗଛ ମୂଳରେ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ହୋମ ଧୂଆଁ ପ୍ରକୋପରେ ପାଖରେ ଥିବା ଅର୍ଜୁନ ଗଛ ଡାଳରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ବାଘୁଆ ମହୁବସାର ପୋକ ଆକ୍ରମଣ କରିଥିଲେ  । ଘଟଣାସ୍ଥଳରେ ପୋରୁହିତର ପିତାମ୍ବର ମିଶ୍ର, ଦୁର୍ଗାଶଙ୍କର ପାଢ଼ୀ, ହରିହର ତ୍ରିପାଠୀ, କଳ୍ପନା ଦାଶ, ସିଦେ୍ଧଶ୍ୱର ପାଢ଼ୀ, ବଳରାମ ପାଢ଼ୀ, ସଂଘମିତ୍ରା ମହାପାତ୍ର, ସ୍ୱର୍ଣ୍ଣପ୍ରଭା ମିଶ୍ରଙ୍କ ସମେତ ଗ୍ରାମର ଅନେକ ମହିଳାଙ୍କୁ ଆକ୍ରମଣ କରିଥିବା ବେଳେ ନିକଟ କ୍ଷେତରେ ଟ୍ରାକ୍ଟରରେ ହଳ କରୁଥିବା ଡ୍ରାଇଭର କୁନ ସେଠୀ ଆକ୍ରମଣର ଶିକାର ହୋଇଥିଲେ  । ସେଥିମଧ୍ୟରୁ ଅଧିକ ଗୁରୁତର ୪ ଜଣ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôା ପାଇଁ ଯାଇଥିବା ସୂଚନା ମିଳିଛି  ।